www.samajalive.in
Sunday, December 14, 2025
23.1 C
Bhubaneswar

ବିତିଗଲା ୧୦ ବର୍ଷ, ନିର୍ମାଣ ହୋଇପାରିଲାନି ଏଏନ୍‌ଏମ୍ ଗୃହ

ଫୁଲବାଣୀ:ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ ରାଜ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ଭିତିଭୂମିର ବିକାଶ ପାଇଁ। କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲାର ଏଭଳି ଅନେକ ଅଞ୍ଚଳ ଅଛି ଯେଉଁଠେ ଭିତ୍ତିଭୂମି ବିକାଶ ପାଇଁ ଟଙ୍କା ଖର୍ଚ୍ଚ କରାଯାଇଛି, କିନ୍ତୁ ତାହା କୌଣସି କାମରେ ଆସୁନାହିଁ। ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଡ଼ିଣ୍ଡିରାଗାଁ ପଞ୍ଚାୟତ ଅନ୍ତର୍ଗତ ଟେଲାପାଲି ଗ୍ରାମରେ। ଟେଲାପାଲି କୌଣସି ଦୁର୍ଗମ ଅଞ୍ଚଳ କିମ୍ବା ଅପହଞ୍ଚ ଇଲାକାରେ ନୁହେଁ, ତାହା ରାଜ୍ୟ ରାଜପଥର ପାର୍ଶ୍ବରେ ଅବସ୍ଥିତ ଉକ୍ତ ଗ୍ରାମ। ତଥାପି ରାସ୍ତା କଡ଼ରେ ନିର୍ମାଣ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ଏଏନ୍ଏମ୍ ଗୃହ ଆଜିକୁ ୧୦ ବର୍ଷରୁ ଅଧିକ ବର୍ଷ ହେଲା ଅର୍ଧନିର୍ମିତ ହୋଇ ପଡ଼ିରହିଛି। ଏନେଇ ବିଭାଗ ପାଖରେ ସମସ୍ତ ପ୍ରକାର ଖବର ରହିଥିଲେ ମଧ୍ୟ କେହି ଏହା କିଭଳି ଭାବେ ନିର୍ମାଣ କାର୍ଯ୍ୟ ସମାପ୍ତ ହେବ ସେଥିନେଇ ପଦକ୍ଷେପ ନେଉନାହାନ୍ତି ବୋଲି ଖୋଦ୍ ଉକ୍ତ ପଞ୍ଚାୟତର ନିର୍ବାଚିତ ଲୋକ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି। ସେହିସମୟରେ ୩ ଟଙ୍କାରେ ନିର୍ମାଣ ହୋଇଥିବା ଉକ୍ତ ଗୃହ କାର୍ଯ୍ୟକୁ ଜନୈକ ଠିକାଦାର କାମ ଆରମ୍ଭ କରି ଅଧଖଣ୍ଡିଆ କରି ଛାଡ଼ି ଚାଲିଯାଇଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ୧୦ ବର୍ଷ ମଧ୍ୟରେ ପ୍ରାୟ ୧୦୦ ଜଣ ଜିଲା ପ୍ରଶାସନ , ସ୍ୱାସ୍ଥ୍ୟ ବିଭାଗ ଓ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି କିଛି ପଦକ୍ଷେପ ନେଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମର ୱାର୍ଡ଼ ମେମ୍ବର ପ୍ରଦୀପ ସାହାଣୀ। ଟେଲାପାଲି ଗ୍ରାମର ବଡ଼ଣା କହଁର, ଯୋଗେନ୍ଦ୍ର କହଁର ଓ ପିତବାସ କହଁର କହିଛନ୍ତି ଯେ ଏ ସଂକ୍ରାନ୍ତରେ ପଞ୍ଚାୟତ ବୈଠକ କିମ୍ବା ପଲିସଭା ଓ ଗାଁ ବୈଠକରେ ବାରମ୍ବାର ଅଭିଯୋଗ କରାଯାଇଛି, କିନ୍ତୁ ପଦକ୍ଷେପ ନିଆଯାଇ ନାହିଁ। ଏନେଇ ସରପଞ୍ଚ କହ୍ନେଇ କହଁର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଗ୍ରାମବାସୀ ମାନଙ୍କ ଠାରୁ ଅଭିଯୋଗ ପାଇଛି, କିନ୍ତୁ ଗତ ୧୦ ବର୍ଷ ତଳେ ଏହା ନିର୍ମାଣ ହୋଇ ଆଉ ଶେଷ ହୋଇ ନାହିଁ। ସମସ୍ୟା ସଂମ୍ପର୍କରେ ବ୍ଳକ ପ୍ରଶାସନକୁ ମଧ୍ୟ ଜଣାଇଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବାଧ୍ୟ ହୋଇ ଉକ୍ତ ପଞ୍ଚାୟତର ଏଏନ୍ଏମ୍ ଦାୟିିତ୍ୱରେ ଥିବା କର୍ମଚାରୀ ବୁଲି ବୁଲି କାମ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଏନେଇ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କ ପଚାରିବାରୁ ସେ କହିଥିଲେ ଯେ ନୂତନ ଭାବେ ଦାୟିତ୍ୱ ନେଇଛନ୍ତି, ତେଣୁ ତାଙ୍କ ପାଖରେ ଏନେଇ କୌଣସି ପ୍ରକାର ତଥ୍ୟ ନାହିଁ। ତଥାପି ଅଭିଯୋଗ ଉପରେ ଦୃଷ୍ଟିଦେଇ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories