www.samajalive.in
Sunday, December 14, 2025
26.1 C
Bhubaneswar

ହୀରାକୁଦ ବନ୍ଧ ସୁରକ୍ଷା ଏମିତି : ପାୱାର ହାଉସ ଛାତରେ ଫଟୋ ସେସନ

ବୁର୍ଲା : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ହୀରାକୁଦ ବନ୍ଧ ଉପରେ ଓଲିଉଡ ଅଭିନେତୀମାନଙ୍କ ସହ ସେଲଫି ନେବା ଘଟଣା ଉପରେ ଆଜି ପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ଯାଇନଥିବା ବେଳେ ଆଜି ଦଳେ ଭିସୁଟ ଛାତ୍ରଛାତ୍ରୀ ପାୱାର ହାଉସ ଛାତ ଉପରେ ଚଢ଼ି ଫଟୋ ସେସନ କରିବାର ଭିଡିଓ ଭାଇରାଲ ହୋଇଛି। ନିଷିଦ୍ଧାଞ୍ଚଳରେ ବାରମ୍ବାର ଏଭଳି ବେଆଇନ କାର୍ୟ୍ୟକଳାପ ହୀରାକୁଦ ବନ୍ଧର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ହୀରାକୁଦ ବନ୍ଧ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ଦୋମୁହାଁ ନୀତି ମଧ୍ୟ ଏଥିରୁ ସ୍ପଷ୍ଟ ହେଉଛି।

ଆଜି ଦିନବେଳା ପାଖାପାଖି ୧୦ ଜଣ ଯୁବକ ଯୁବତୀ ଏକ ଶିଡ଼ିରେ ପାୱାର ହାଉସ ଛାତ ଉପରକୁ ଚଢ଼ିଥିଲେ। ସେଠାରେ ସେମାନେ ନିଜ ନିଜ ମୋବାଇଲ କ୍ୟାମେରାରେ ଫଟୋ ଉଠାଇଥିଲେ। ବନ୍ଧର ପାଦଦେଶ ଓ ଟରବାଇନ ଲାଗିଥିବା ଜାଗାରେ ଅବାଧରେ ବୁଲାବୁଲି କରି ‌ଫଟୋ ଉଠାଇଥିଲେ। ସେମାନେ ପାୱାର ହାଉସ ଛାତ ଉପରେ ଦୌଡ଼ାଦୌଡ଼ି କରୁଥିବା ମଧ୍ୟ ଦେଖାଯାଉଛି। ହୀରାକୁଦ ବନ୍ଧର ସୁରକ୍ଷା ଦୃଷ୍ଟିରୁ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରାଯାଉଛି ବୋଲି କୁହାଯାଉଥିବା ନିଷିଦ୍ଧାଞ୍ଚଳରେ ଏଭଳି ବିଶୃଙ୍ଖଳିତ ଆଚରଣ ବିସ୍ମୟ ଓ ଉଦବେଗର କାରଣ ହୋଇଛି। ଏହି ଘଟଣା ସମ୍ପର୍କରେ ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ମୁଖ୍ୟ ଦେବାଶିଷ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ଯୁବକ ଯୁବତୀମାନେ ଭିସୁଟ ‌ଛାତ୍ରଛାତ୍ରୀ। ସେମାନ ବୃତ୍ତିଗତ ‌ତାଲିମ ନେବାକୁ ଏଠାକୁ ଆସିଥିଲେ। କିନ୍ତୁ ସେମାନେ ନିଷିଦ୍ଧାଞ୍ଚଳକୁ ଯାଇ ସେଠାରେ ଫଟୋ ଉଠାଇବା ଘଟଣା ବାବଦରେ ତାଙ୍କୁ ଜଣା ନାହିଁ। କାଲିଠାରୁ ସେମାନଙ୍କୁ ଆଉ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ଇଂ. ମିଶ୍ର କହିଛନ୍ତି ।

- Advertisement -

ଅଧିକାରୀଙ୍କ କହିବା ଅନୁସାରେ ଯଦି ଛାତ୍ରଛାତ୍ରୀମାନେ ସତରେ ତାଲିମ ନେବାକୁ ଆସିଛନ୍ତି ତାହା ହେଲେ ସେମାନେ ସୁରକ୍ଷା ବଳୟ ଭାଙ୍ଗି ପାୱାର ହାଉସ ଛାତ ଉପରକୁ କିପରି ଚଢ଼ିଗଲେ ଓ ସେତେବେଳେ ତାଲିମ ଦେଉଥିବା ଅଧିକାରୀମାନେ କ’ଣ କରୁଥିଲେ ଓ ସାଧାରଣ ଲୋକଙ୍କୁ ବନ୍ଧର ପାଖ ମାଡ଼ିବାକୁ ଦେଉନଥିବା ସୁରକ୍ଷାକର୍ମୀମାନେ ଏତିକି ବେଳେ କେଉଁଠି ଥିଲେ ବୋଲି ପ୍ରଶ୍ନ ହେଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories