www.samajalive.in
Sunday, December 7, 2025
26.1 C
Bhubaneswar

ରାଫେଲକୁ ନେଇ ଗଣମାଧ୍ୟମ ଉପରେ ୨୫ହଜାର କୋଟିର ମାନହାନି ମୋକଦ୍ଦମା

ନୂଆଦିଲ୍ଲୀ: ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ ଗଣମାଧ୍ୟମ ଉପରେ ମାନହାନି ମାମଲାରେ ରେକର୍ଡ଼ ସୃଷ୍ଟି କରିଛି। ଅକ୍ଟୋବରରେ ରାଫେଲ ଚୁକ୍ତି ପ୍ରସଙ୍ଗକୁ ନେଇ ମାନହାନି ମାମଲା ପରେ ରିଲାଏନ୍ସ ଗ୍ରୁପକୁ ନେଇ ଚର୍ଚ୍ଚା ଜୋର ଧରିଲା। ଭାରତୀୟ ବିଚାର ବିଭାଗୀୟ ବ୍ୟବସ୍ଥାରେ ଗଣମାଧ୍ୟମ ଉପରେ ଏତେ ପରିମାଣରେ ମାନହାନି ମାମଲା ରୁଜୁ କରି ରିଲାଏନ୍ସ ରେକର୍ଡ଼ କରିଛି। କୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଜାନୁଆରୀ ୨୦୧୮ରୁ ଅଦ୍ୟାବଧି ରିଲାଏନ୍ସ କମ୍ପାନୀ ରାଫେଲ ପ୍ରସଙ୍ଗରେ ୨୮ଟି ମାମଲା ଅହମ୍ମଦାବାଦ କୋର୍ଟରେ ରୁଜୁ କରିଛି। କେବଳ ଗଣମାଧ୍ୟମ ଉପରେ ରାଫେଲ ପ୍ରସଙ୍ଗରେ ୨୦ଟି ମାମଲା ରୁଜୁ ହୋଇଛି।
ଏହି ମାନହାନି ମାମଲାରେ ଭାରତୀୟ ଗଣମାଧ୍ୟମ ସମେତ ବିଦେଶୀ ଗଣମାଧ୍ୟମ ମଧ୍ୟ ସାମିଲ ରହିଛନ୍ତି। “ଦି ଇକନୋମିକ୍ସ ଟାଇମ୍ସ’, “ଦି ଫାଇନାନ୍ସିଆଲ ଟାଇମ୍ସ, “ଦି ଫାଇନାନ୍ସିଆଲ ଏକ୍ସପ୍ରେସ, ଦି ୱିକ୍‍, “ଦି ଟ୍ରିବ୍ୟୁନ୍‍’, ‘ଦି ୱାର’ ସମେତ ଭାରତୀୟ ଗଣମାଧ୍ୟମ ଏନଡିଟିଭି ଉପରେ ୧୦ହଜାର କୋଟିର ମାନହାନି ମକଦ୍ଦୋମା କରାଯାଇ ଥିବାବେଳେ ‘ଦ ସିଟିଜେନ’ ବିରୋଧରେ ୭ହଜାର କୋଟିର ମାନହାନି ମୋକଦ୍ଦମା ରୁଜୁ କରାଯାଇଛି। ସେହିପରି ‘ଦ ୱାୟର’ ଉପରେ ୬ହଜାର କୋଟିର ମାନହାନି ମାମଲା ରୁଜୁ କରାଯାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories