www.samajalive.in
Sunday, December 14, 2025
19.1 C
Bhubaneswar

ସେବାର ଅପୂର୍ବ ନମୁନା ; ନବଜାତର ସେବାରେ ଅଙ୍ଗନବାଡ଼ି ଦିଦି

ଇନ୍ଦ୍ରାବତୀ : ୨ବର୍ଷର ଶିଶୁକୁ କାଖରେ ଧରି ଦେଶୀ ଡଙ୍ଗାରେ ପାର ହୋଇ ସେବା ଯୋଗାଉଛନ୍ତି ଅଙ୍ଗନବାଡ଼ି ଦିଦି। ଗୁରୁତ୍ବପୂର୍ଣ୍ଣ କଥା ସେ ନିଜ ଦାୟିତ୍ବ ତୁଲାଇବା ପାଇଁ ପ୍ରତ୍ୟେକ ଦିନ ୧୦୦ଟଙ୍କା ଖର୍ଚ୍ଚ କରୁଥିବା ଜଣାଯାଇଛି।
ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ଅନ୍ତର୍ଗତ ତଲଙ୍ଗ ଗ୍ରାମର ଅଙ୍ଗନବାଡି ଦିଦି ନନ୍ଦାଇ ଜାନୀଙ୍କ କର୍ତ୍ତବ୍ୟପରାୟଣତାକୁ ନେଇ ଏବେ ଚର୍ଚ୍ଚା। କେନ୍ଦୁଗୁଡା ଗ୍ରାମରୁ ପ୍ରତିଦିନ ଡଙ୍ଗାରେ ଯାଇ ସେଠାରୁ ପ୍ରାୟ ୪କିମି ପାହାଡ଼ିଆ ରାସ୍ତା ଅତିକ୍ରମ କରି ସେବା ଯୋଗାଉଛନ୍ତି। ହାତରେ ଧରିଛନ୍ତି ୨ବର୍ଷର ଛୁଆ। ତାଙ୍କୁ ପ୍ରତିଦିନ କାର୍ଯ୍ୟରେ ସହଯୋଗ କରୁଛନ୍ତି ତାଙ୍କ ସ୍ୱାମୀ ରଘୁନାଥ ଜାନୀ। ପ୍ରତିଦିନ ସ୍ବାମୀ, ସ୍ତ୍ରୀ ଏବଂ ୨ବର୍ଷର ଛୁଆକୁ ଧରି ଦେଶୀ ଡଙ୍ଗାରେ ୧୦୦ଟଙ୍କା ଭଡ଼ା ଦେଇ ନିଜ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥା’ନ୍ତି। ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ କଷ୍ଟେମଷ୍ଟେ ଚଳେ ପରିବାର। ସ୍ତ୍ରୀର ଦରମା ଟଙ୍କାରୁ ଡଙ୍ଗା ଭଡ଼ା ଯାଇ ଯାହା ବଞ୍ଚେ ସେଥିରେ ସୁଖ ଦୁଃଖରେ ପରିବାର ଚଳେ। ତେନ୍ତୁଳିଖୁଣ୍ଟି ବ୍ଲକର ମଞ୍ଚାଗାଁ ପଞ୍ଚାୟତର ତଲଙ୍ଗ ସମେତ ଜଳଭଣ୍ଡାର ଅପର ପାର୍ଶ୍ୱରେ ଥିବା ଗୁରୁମାଇଗୁଡ଼ା, ଝଲାଗୁଡ଼ା, ଟାଙ୍ଗନିକୋଟ ଓ ବଗ୍ରା ଇନ୍ଦ୍ରାବତୀ ଜଳଭଣ୍ଡାର ଅପର ପାର୍ଶ୍ୱରେ ରହିଛି, ଯାହାକି ଜଳବନ୍ଦୀ ଅଞ୍ଚଳରେ ଥିବା ପାଞ୍ଚଟି ଗ୍ରାମ। ସରକାରଙ୍କ ଟଙ୍କିକିଆ ଚାଉଳ ହେଉ କି ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ହେଲେ ଏଠାକାର ଲୋକଙ୍କୁ କରିବାକୁ ପଡ଼େ କସରତ। ଏହି ଗ୍ରାମ ଗୁଡିକୁ ଯିବାକୁ ରାସ୍ତା ମଧ୍ୟ ନାହିଁ। ଅଣଓସାରିଆ ପାହାଡିଆ ଜଙ୍ଗଲ ରାସ୍ତା ଅତିକ୍ରମ କରି ଅଙ୍ଗନବାଡି ଦିଦି ଯେମିତି ସେବା ଯୋଗାନ୍ତି ସେମିତି ପ୍ରତିଦିନ ଲୋକେ ମଧ୍ୟ ଡଙ୍ଗାରେ ଆସି ଇନ୍ଦ୍ରାବତୀ ବଜାର ଉପରେ ନିର୍ଭର କରନ୍ତି। ଟଙ୍କିକିଆ ଚାଉଳ ହେଉ କି ସ୍ବାସ୍ଥ୍ୟସେବା ହେଉ କିମ୍ବା ସାମଗ୍ରୀ କିଣା ହେଉ ସମସ୍ତ କାର୍ଯ୍ୟ ପାଇଁ ଲୋକଙ୍କୁ ଡଙ୍ଗା କିମ୍ବା ବୋଟରେ ଆସିବାକୁ ପଡ଼େ। ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମଧ୍ୟ ଡାକ୍ତରୀ ଦଳ ବୋଟରେ ଯାଇ ସେଠାରେ ସ୍ବାସ୍ଥ୍ୟସେବା ଯୋଗାନ୍ତି। ଅପପୁଷ୍ଟିର ଶିକାର ହୋଇଥିବା ପିଲାଙ୍କୁ ଚିକିତ୍ସା ପାଇଁ ନବରଙ୍ଗପୁର ସ୍ଥାନାନ୍ତର ପାଇଁ ପରିବାର ଲୋକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଏ। ଦୁଃଖକଷ୍ଟରେ ଥାଇ ମଧ୍ୟ ନନ୍ଦାଇଙ୍କ ଏଭଳି କର୍ତ୍ତବ୍ୟପରାୟଣତା ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ ା

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories