www.samajalive.in
Sunday, December 7, 2025
26.1 C
Bhubaneswar

କେବେ ସରିବ ଉଦେପୁର ଅଙ୍ଗନବାଡି କେନ୍ଦ୍ର ଗୃହ ?

କଣ୍ଟାମାଳ  : ସଂପ୍ରତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମନରେଗା ଯୋଜନାର ଅନୁଦାନରୁ ନିର୍ମାଣ ହେବାକୁ ଥିବା ଅଙ୍ଗନବାଡି ଗୃହ ଗୁଡିକର ନିର୍ମାଣରେ ମନ୍ଥରତା ଯୋଗୁଁ ଏକ ବିପଦ ସଙ୍କୁଳ କେନ୍ଦ୍ରରେ ଅଙ୍ଗନବାଡି କର୍ମୀ କାର୍ଯ୍ୟ କରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି । କଣ୍ଟାମାଳ ସଦର ବ୍ଳକ କଣ୍ଟାମାଳ ପଞ୍ଚାୟତର ଉଦେପୁର ଗାଁ ଯାହା ବ୍ଲକ କାର୍ଯ୍ୟାଳୟରୁ ମାତ୍ର ୩ କିଲୋମିଟର ଦୂର, ସେଠାରେ ନିର୍ମାଣ ହେବାକୁ ଥିବା ଏକ ଅଙ୍ଗନବାଡି କେନ୍ଦ୍ର ପାଖାପାଖି ବର୍ଷେ ହେବ ନିର୍ମାଣ ଚାଲିଥିଲେ ହେଁ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ହେବାର ନାଁ ଧରୁ ନଥିବା ବେଳେ ଆଉ ଅଳ୍ପ ଦିନ ମଧ୍ୟରେ ଅଙ୍ଗନବାଡିକେନ୍ଦ୍ର ଖୋଲିଗଲେ ପାଠ ପଢୁଥିବା ଶିଶୁ ମାନଙ୍କ ପାଇଁ ସମସ୍ୟା ଦେଖା ଦେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ କହିବା ପ୍ରକାରେ ଏକ ସମୟରେ ନିର୍ମାଣ ଆରମ୍ଭ ହୋଇ ଥିବା ଅନ୍ୟ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଗୁଡିକର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଥିବା ବେଳେ ଏହି କେନ୍ଦ୍ରର କାର୍ଯ୍ୟ ଶେଷ ପ୍ରତି ବ୍ଲକ ପ୍ରଶାସନ ଆନ୍ତରିକତା ପ୍ରକାଶ କରୁନଥିବାରୁ ଦୀର୍ଘ ମାସ ହେଲା କେନ୍ଦ୍ରଟି ଅର୍ଦ୍ଧ ନିର୍ମୀତ ହୋଇ ପଡି ରହିଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories