www.samajalive.in
Saturday, December 6, 2025
19.1 C
Bhubaneswar

ପାଞ୍ଚ ରାଜ୍ୟରେ ଦେଶର ୬୨% ସକ୍ରିୟ ମାମଲା, ୭୦% ମୃତ୍ୟୁ

ନୂଆଦିଲ୍ଲୀ: ଦେଶର କରୋନା ସଂକ୍ରମଣ ସଂଖ୍ୟା ଗତ ସପ୍ତାହରେ  ଦୈନିକ ହାରାହାରି ୬୦ ହଜାର ଟପିବାକୁ ବସିଛି । ତେବେ ପରିସଂଖ୍ୟାନ ଅନୁସାରେ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୨% ସକ୍ରିୟ ମାମଲା ଓ ୭୦% ମୃତ୍ୟୁ ୫ଟି ରାଜ୍ୟରେ ଘଟିଛି । ଏହି ରାଜ୍ୟଗୁଡ଼ିକ ହେଲା ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡ଼ୁ ଓ ମହାରାଷ୍ଟ୍ର ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଦେଶରେ କରୋନାରେ ମୃତ୍ୟୁବରଣ କରିଥିବା ମୋଟ ଲୋକଙ୍କ ମଧ୍ୟରୁ ୭୦ % ଏହି ରାଜ୍ୟଗୁଡ଼ିକରୁ ହିଁ ଆସିଛି । ଏହି ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି, ଏହା ସତ୍ବେ ଆନ୍ଧ୍ର, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡ଼ୁ ଓ ମହାରାଷ୍ଟ୍ରରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ସାରା ଦେଶର ରୋଗୀ ସଂଖ୍ୟାର ପ୍ରାୟ ୬୨% ।

- Advertisement -

ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରେ ସକ୍ରିୟ ରୋଗୀ ସଂଖ୍ୟା ଗତ ସପ୍ତାହରେ ୧୩.୭% ହ୍ରାସ ପାଇଛି । କର୍ଣ୍ଣାଟକରେ ୧୬.୧%, ମହାରାଷ୍ଟ୍ରରେ ୬.୮%, ତାମିଲନାଡ଼ୁରେ ୨୩.୯% ଓ ଉତ୍ତରପ୍ରଦେଶରେ ୧୭.୧% କମିଛି । ତଥାପି ରାଜ୍ୟଗୁଡ଼ିକର ସ୍ଥିତି ସ୍ପର୍ଶକାତର ରହିଛି ।

ଦେଶରେ ବର୍ତମାନ ୨୯.୭ଲକ୍ଷରୁ ଅଧିକ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଯାହାକି ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ୩.୫ଗୁଣ ଅଧିକ । ବର୍ତମାନ ସୁଦ୍ଧା ଦେଶରେ ୪.୫ କୋଟି ଲୋକଙ୍କର ଟେଷ୍ଟ କରାଯାଇଛି । ଗତ ୨୪ ଘଣ୍ଟାରେ ୧୧.୭୨ ଟେଷ୍ଟ କରାଯାଇଛି । ସୁସ୍ଥ ମାମଲାର ସଂଖ୍ୟା ପ୍ରାୟ ୨୯,୭୦,୦୦୦ ହୋଇଯାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି ଯେ କର୍ଣ୍ଣାଟକ ଓ ଦିଲ୍ଲୀ ଏପରି ଦୁଇଟି ରାଜ୍ୟ ଯେଉଁଠି ସାପ୍ତାହିକ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଦିଳ୍ଲୀରେ ପାଖାପାଖି ୫୦% ଓ କର୍ଣ୍ଣାଟକରେ ୯.୬% କରୋନା ମୃତ୍ୟୁ ବୃଦ୍ଧି ହୋଇଛି । ଅନ୍ୟପକ୍ଷରେ ସାପ୍ତାହିକ ମୃତ୍ୟୁ ହାର ଆନ୍ଧ୍ରପ୍ରଦେଶରେ ୪.୫%, ମହାରାଷ୍ଟ୍ରରେ ୧୧.୫% ଓ ତାମିଲନାଡ଼ୁରେ ୧୮.୨% ହ୍ରାସ ପାଇଛି । ଭାରତରେ ପ୍ରତି ୧୦ ଳକ୍ଷ ଲୋକ ସଂଖ୍ୟାରେ କରୋନା ମୃତ୍ୟୁ ସଂଖ୍ୟା ୪୯ରେ ପହଞ୍ଚିଛି । ଆଇସିଏମଆର ମହାନିର୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ପୁରା ଦେଶର ୭୦ ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ସିରୋ ସର୍ବେକ୍ଷଣ ଆରମ୍ଭ ହୋଇଛି । ଆଗାମୀ ୨ ସପ୍ତାହରେ ଏହାର ଫଳାଫଳ ମିଳିଯିବ ବୋଲି ସେ କହିଛନ୍ତି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories