କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ପ୍ରଦାନ ଦାବି: ୩ ଘଣ୍ଟା ଧରି ୫୯ ନଂ ଜାତୀୟ ରାଜପଥ ଅବରୋଧ

ବଙ୍ଗୋମୁଣ୍ଡା: ଫସଲ ବୀମା ପ୍ରଦାନ ରେ ପାତର ଅନ୍ତର କରାଯାଉଥିବା ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ପ୍ରଦାନରେ ବଙ୍ଗୋମୁଣ୍ଡା ବ୍ଲକରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଗୁରୁବାର ସକାଳ ୧୦ଟା ସମୟରେ ବଙ୍ଗୋମୁଣ୍ଡା-ଖଡିଆଳ ୫୯ ନଂ ଜାତୀୟ ରାଜପଥର ଫୁଗୁଡା ଛକ ଠାରେ ବେଲପଡା ଏବଂ ଜୁରାବନ୍ଧ ପଞ୍ଚାୟତର ଚାଷୀ ୨୦୧୯ ଖରିଫ ଧାନ ଫସଲର ବୀମା ରାଶି ହେକ୍ଟର ପିଛା ଷାଠିଏ ହଜାର ଟଙ୍କା ପ୍ରଦାନ କରିବା ଦାବିରେ ୨ ଘଣ୍ଟାରୁ ଊର୍ଦ୍ଧ ସମୟ ଧରି ରାସ୍ତା ଅବରୋଧ କରିଥିଲେ। ବେଲପଡା ଏବଂ ଜୁରାବନ୍ଧ ପଞ୍ଚାୟତର ଚାଷୀଙ୍କ ଅଭିଯୋଗ ଅନୁସାରେ ୨୦୧୯ ମସିହାରେ ପଞ୍ଚାୟତରେ ଧାନ ଚାଷ ବ୍ୟାପକ ଭାବେ ନଷ୍ଟ ହୋଇଥିଲା । ଜୁନ ମାସରେ ସ୍ୱାଭାବିକ ଠାରୁ ୩୧.୫% କମ ଓ ଜୁଲାଇ ମାସରେ ସ୍ୱାଭାବିକ ଠାରୁ ୯% କମ ବର୍ଷା ଯୋଗୁଁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଗଷ୍ଟ ୧୪ ତାରିଖରେ ଗୋଟିଏ ଦିନରେ ୫୫୫ ମି.ମି. ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ପରବର୍ତ୍ତି ମାସ ଗୁଡିକରେ ଚକଡା ପୋକର ପ୍ରାଦୂର୍ଭାବ ଯୋଗୁଁ ଧାନ ଚାଷ ନଷ୍ଟ ହୋଇଯାଇଥିଲା। ବ୍ୟାପକ କ୍ଷୟକ୍ଷତି ହୋଇଥିବା ଚାଷୀ ଙ୍କୁ ଫସଲ ବୀମାରୁ ବଞ୍ଚିତ କରାଯାଇଥିବା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୨୦ ମାସରେ ସରକାରୀ ଓ ରୋୟାଲ ସୁନ୍ଦରଂ ଫସଲବୀମା କମ୍ପାନୀ ର ଲାଞ୍ଚ ଖୋର କର୍ମଚାରୀମାନେ ମୋଟା ଅଙ୍କର ଲାଞ୍ଚ ଦାବି କରିଥିବା ବେଳେ ଲାଞ୍ଚ ନ ଦେବାରୁ ନିମ୍ନ ମାନର ରିପୋର୍ଟ ଉପର ଅଧିକାରୀଙ୍କୁ ପଠାଯାଇଛି ଯଦ୍ବାରା ଫସଲ ବୀମାରୁ ବଞ୍ଚିତ ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଲାଞ୍ଚ ନେଇଥିବା ପଞ୍ଚାୟତରୁ ହେକ୍ଟର ପିଛା ୪୫ ହଜାର ଟଙ୍କା ପସଲ ବୀମା ପାଉଛନ୍ତି।

ନବଗଠିତ ତୂରେକେଲା ପଞ୍ଚାୟତ ପୂର୍ବରୁ ଜୁରାବନ୍ଧ ପଞ୍ଚାୟତ ସହିତ ଥିଲା ଏବଂ ବେଲପଡା,ଜୁରାବନ୍ଧ ସୀମାକୁ ଲାଗିରହିଛି। ଉକ୍ତ ପଞ୍ଚାୟତ କୁ ଫସଲବୀମା ପ୍ରଦାନା କରାଯାଉଥିବା ବେଳେ ବେଲପଡା ଏବଂ ଜୁରାବନ୍ଧ ପଞ୍ଚାୟତ କୁ କେଉଁ ଦୃଷ୍ଟି କୋଣରୁ ବାଦ ଦିଆଗଲା ବୋଲି ପ୍ରଶ୍ନ କରିବା ସହିତ ତୁରନ୍ତ ଫସଲ ବୀମା ହେକ୍ଟର ପିଛା ୬୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ଚାଷୀ ମାନେ ଦାବି କରିବା ସହ ରାସ୍ତା ଅବରୋଧ କରିଥିଲେ। ଆଗାମୀ ଦିନରେ ଫସଲ ବୀମା ପ୍ରଦାନନ କରାନଗଲେ ଚାଷୀ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦିଆଯାଇଛି। ଦୀର୍ଘ ୩ ଘଣ୍ଟା ଧରି ରାଜ୍ୟ ରାଜପଥ ଅବରୋଧ କରାଯିବାରୁ ଯାତ୍ରୀ ମାନେ ନାହି ନଥିବାର ଅସୁବିଧାର ସମ୍ମୁଖୀନ ହେବା ସହ ଯାନବାହାନ ଉଭୟ ପାଶ୍ୱର୍ରେ ଦୀର୍ଘ ସମୟ ଧରି ଛିଡା ରହିଥିଲା। ବଙ୍ଗୋମୁଣ୍ଡା ତହସିଲଦାର ତଥା ନିର୍ବାହୀ ମାଜିଷ୍ଟ୍ରେଟ ଗୁଣମଣି ସୁନାନୀ ,ଥାନାଅଧିକାରୀ ପଞ୍ଚାନନ ନାଏକ ପ୍ରମୁଖ ଘଟଣା ସ୍ଥଳ କୁ ପହଞ୍ଚିବା ପରେ ଜିଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ତହସିଲଦାର ଙ୍କୁ ପ୍ରଦାନ କରିଥିଲେ। ଆଇନଜୀବି ତଥା କୃଷକ ନେତା ଯୋଗିନ୍ଦ୍ର ବଚ୍ଛା, ରିଚେମନ ସଗ୍ରିଆ, ଗୋପାଳ ଛତ୍ରିଆ, ରଘୁନାଥ ବେହେରା, ରାମନାଥ ବାଗ, ବେରାମ ଗହୀର, ଶିଶୁପାଳ ବଚ୍ଛା, ଭେଙ୍କଟରମଣ ଛତ୍ରିଆ, ପୂର୍ଣ୍ଣଚନ୍ଦ୍ର ମାଝୀ, ପ୍ରେମାନନ୍ଦ ଛୁରା, ଖଗେନ୍ଦ୍ର ସଗ୍ରିଆ, ଗୋପବନ୍ଧୁ ମାଝୀ, ତୁଲସିରାମ ବଚ୍ଛା, ଅଭିମନ୍ୟୂ ବେହେରା, ମିନିକେତନ ବାଗ, ପ୍ରସାଦ ପୋଢ ପ୍ରମୁଖଙ୍କ ସହ ବେଲପଡା ଏବଂ ଜୁରାବନ୍ଧ ପଞ୍ଚାୟତର ବହୁ ସଂଖ୍ୟାରେ ଚାଷୀ ରାସ୍ତାରୋକ ରେ ସାମିଲ ହୋଇଥିଲେ। ଦାବିପତ୍ର ପ୍ରଦାନ ପରେ ରାସ୍ତାରୋକରୁ ଓହରିଥିଲେ।

Comments are closed.