www.samajalive.in
Saturday, December 6, 2025
26.1 C
Bhubaneswar

କରମର୍ଦ୍ଦନ ବଦଳରେ ନମସ୍କାର, ପ୍ରତିରକ୍ଷା ମନ୍ତ୍ରୀଙ୍କ ଭିଡିଓ ସମସ୍ତଙ୍କ ପସନ୍ଦ

ମସ୍କୋ : ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଋଷ ଗସ୍ତରେ ଅଛନ୍ତି । ବୁଧବାର ମସ୍କୋରେ ପହଞ୍ଚିବା ବେଳେ ରାଜନାଥ ସିଂହ ଏବଂ ଋଷର ଜଣେ ଅଧିକାରୀଙ୍କ ମଧ୍ୟରେ ଏକ ଭିନ୍ନ ଭିଡିଓ ସାମ୍ନାକୁ ଆସିଛି । ବାସ୍ତବରେ, ରୁଷ ଅଧିକାରୀ ରାଜନାଥ ସିଂହଙ୍କୁ ଅଭିବାଦନ ଜଣାଇବା ପାଇଁ କରମର୍ଦ୍ଦନ ପାଇଁ ହାତ ବଢାଇଥିଲେ,କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀ ନମସ୍କାର କରି ନିଜ ପ୍ରତିକ୍ରିୟା ଦେଇଥିଲେ।
ପ୍ରତିରକ୍ଷା ମନ୍ତ୍ରଣାଳୟ କାର୍ଯ୍ୟାଳୟ ଟ୍ୱିଟରରେ ରାଜନାଥ ସିଂହଙ୍କ ମସ୍କୋରେ ପହଞ୍ଚିବାର ଏକ ଭିଡିଓ ସେୟାର କରିଛି। ଏହି ଭିଡିଓ ସହିତ ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲେଖିଛି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମସ୍କୋରେ ପହଞ୍ଚିଛନ୍ତି । ରାଜନାଥ ସିଂହ ମସ୍କୋରେ ପହଞ୍ଚିବା ପରେ ଋଷର ବହୁ ବରିଷ୍ଠ ଅଧିକାରୀ ତାଙ୍କୁ ସ୍ୱାଗତ କରିବାକୁ ଉପସ୍ଥିତ ଥିଲେ। ତାଙ୍କୁ ପ୍ରଥମେ ବିମାନବନ୍ଦରରେ ମେଜର ଜେନେରାଲ ବୁକଟେଭ ୟୁରୀ ନିକୋଲାଭିଚ୍ ସ୍ୱାଗତ କରିଥିଲେ। ରାଜନାଥ ସମସ୍ତଙ୍କୁ ନମସ୍କାର କରି  ଅଭିବାଦନ ଜଣାଉଥିଲେ।

ଯେତେବେଳେ ରାଜନାଥ ସିଂହ ଟିକେ ଆଗକୁ ଗଲେ, ସେବେଳେ ଜଣେ ଋଷ ଅଧିକାରୀ ଅଭିବାଦନ ଜଣାଇବା ପରେ କରମର୍ଦ୍ଦନ କରିବା ପାଇଁ ତାଙ୍କ ହାତ ବଢାଇଥିଲେ, କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀ ନମସ୍କାର କରି ଏହାର ଜବାବ ଦେଇଥିଲେ। ଏହି ସମୟରେ ଦୁହିଁଙ୍କ ମଧ୍ୟରେକିଛି କଥାବାର୍ତ୍ତା ହୋଇଥିଲା।

- Advertisement -

ଟ୍ୱିଟରରେ ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏହି ଭିଡିଓକୁ ମହୁତ ଲୋକ ପସନ୍ଦ କରିଛନ୍ତି। ଏପର୍ଯ୍ୟନ୍ତ ଏହି ଭିଡିଓକୁ  ୧୬ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି ଏବଂ ଦୁଇ ହଜାରରୁ ଅଧିକ ଦର୍ଶକ ଏହାକୁ ରିଟ୍ୱିଟ କରିଛନ୍ତି।

ସୂଚନା ଯୋଗ୍ୟ ରାଜନାଥ ସିଂହ ତିନି ଦିନିଆ ଋଷ ଗସ୍ତରେ ଅଛନ୍ତି। ଶ୍ରୀ  ସିଂହ ୫ ତାରିଖ ପର୍ଯ୍ୟନ୍ତ ମସ୍କୋରେ ରହିବେ | ଏହି ସମୟ ମଧ୍ୟରେ ସେ ସାଂଘାଇ ସହଯୋଗ ସଂଗଠନରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories