www.samajalive.in
Sunday, December 14, 2025
19.1 C
Bhubaneswar

ଆର ପାରିରେ ପାଲା ଗାୟକ ଅନନ୍ତ ବେହେରା

ନୀଳଗିରି: ଔପଦା ବ୍ଲକ ଦକ୍ଷିଣନରସିଂହପୁର ପଞ୍ଚାୟତ ଅଧୀନ ପ୍ରତାପଡ଼ା ଗାଁର ବିଶିଷ୍ଟ ପାଲା ଗାୟକ ଅନନ୍ତ ବେହେରା(୭୯)ଙ୍କ ପରଲୋକ ଘଟିଛି। ସେ ଅବିଭକ୍ତ ବାଲେଶ୍ୱର ଜିଲାରେ ଜଣେ ଜଣାଶୁଣା ପାଲା ଗାୟକଭାବେ ଖ୍ୟାତି ଅର୍ଜନ କରିଥିଲେ । ରାଜ୍ୟର ବହୁ ଅନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ପାଖରୁ ମଧ୍ୟ ସେ ପୁରୁସ୍କୃତ ହୋଇଛନ୍ତି । ସେ ପାଲା ପରିବେଷଣ କରିବା ଏବଂ ବିଷୟବସ୍ତୁକୁ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନା କରିବାର ଶୈଳୀ ସ୍ୱତନ୍ତ୍ର ବୋଲି ଅଞ୍ଚଳବାସୀ କହିଛନ୍ତି । ପ୍ରାୟ ୨ବର୍ଷ ହେବ ସେ ପକ୍ଷାଘାତ ରୋଗରେ ଶିକାର ହୋଇ ଘରେ ଶଯ୍ୟାଶାୟୀ ଥିଲେ । ଏହି ପାଲା ଗାୟକଙ୍କ ପରଲୋକ ଖବରପାଇ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମରଶରୀରକୁ ଗ୍ରାମ ପରିକ୍ରମା କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ଼ପୁଅ କୃପାସିନ୍ଧୁ ମୁଖାଗ୍ନି ଦେଇଥିଲେ ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories