www.samajalive.in
Friday, December 12, 2025
14.1 C
Bhubaneswar

ଗୋରୁ ବୋଝେଇ ଟ୍ରକ୍‌ ଜବତ; ଚାଳକ ଫେରାର

କେଶଦୂରାପାଳ: ଏକ ଗୋରୁ ବୋଝେଇ ଦଶ ଚକିଆ ଟ୍ରକକୁ ଆନନ୍ଦପୁର ପୋଲିସ୍‌ ଜବତ କରିଛି । ହେଲେ ଗାଡିର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ରାତିରେ ଆନନ୍ଦପୁର ପୋଲିସ୍‌ ପୋଟ୍ରୋଲିଂ କରୁଥିବା ସମୟରେ ୫୩ ନଂ ରାଜ୍ୟ ରାଜପଥରେ ଏକ ଦଶ ଚକିଆ ଟ୍ରକ ଦ୍ରୁତ ଗତିରେ ଚାଲିଯାଇଥିବାରୁ ଆନନ୍ଦପୁର ପୁଲିସ୍‌ ସନ୍ଦେହ କରିଥିଲା । ସନ୍ଦେହ କରି ଟ୍ରକଟିକୁ ଧରିବାକୁ ଚେଷ୍ଟା କରିଥିଲା ।

ହେଲେ ଗାଡିର ଚାଳକ ଚତୁରତା ସହିତ ଗାଡିଟିକୁ ଆନନ୍ଦପୁର ବି ଏନ଼ ହାଇସ୍କୁଲ ସମ୍ମୁଖରେ ଛାଡ଼ିଦେଇ କେଉଁ ଆଡ଼େ ଚାଲିଯାଇଥିଲା । ପୁଲିସ ସେଠାରେ ପହଞ୍ଚି ଦେଖିବାକୁ ପାଇଲା ଉକ୍ତଦଶ ଚକିଆ ଟ୍ରକରେ ଗୋରୁ ବୋଝେଇ ହୋଇଛି ।  ପରେ ପୁଲିସ ପକ୍ଷରୁ ଗୋରୁମାନଙ୍କର ଚିକିତ୍ସା କରାଇବା ସହିତ ଗାଡିକୁ ଜବତ କରାଯାଇଥିଲା ।

- Advertisement -

ପ୍ରାୟତଃ ୪୦ ଗୋରୁମାନଙ୍କର ଡାକ୍ତରୀ ଚିକିତ୍ସା ପରେ ବାଲେଶ୍ଵର ପଠାଇ ଦେଇଛନ୍ତି ବୋଲି ଆନନ୍ଦପୁର ଥାନା ଏ.ଏସ.ଆଇ ସିଲୁମଲିକ  ପ୍ରକାଶ କରିଛନ୍ତି । ଏହି ରାସ୍ତାଦେଇ ଅଧିକାଂଶ ସମୟରେ ବିଭିନ୍ନ ବଡ଼ ବଡ଼ ଟ୍ରକ୍ର ସାହାଯ୍ୟରେ ଗୋଚାଲାଣ ହେଉଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଶୁଣିବାକୁ ମିଳୁଛି ପ୍ରଶାସନିକ ଅଧିକାରୀ ଓ ପୁଲିସର ଜାଣତରେ ଏହି ସବୁ ଗୋ ଚାଲାଣ ହେଉଥିବା ନେଇ ଆଲୋଚନା ହେଉଛି ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories