ସାଇକେଲ ଚଳାଳୀଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା, ଭିଡିଓ ସେୟାର କଲେ ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ : ମହିନ୍ଦ୍ରା ଗ୍ରୁପର ମାଲିକ ଆନନ୍ଦ ମହିନ୍ଦ୍ରା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି ଯେଉଁଥିରେ ନେଦରଲ୍ୟାଣ୍ଡରେ ସାଇକେଲ ପାଇଁ ଏକ ବହୁତ ବଡ ପାର୍କିଂ ପ୍ରସ୍ତୁତ ହୋଇଛି । ଏଥିରେ ଅନେକ ଅଟ୍ଟାଳିକା ରହିଛି ଏବଂ ସବୁ ସ୍ଥାନରେ ସାଇନବୋର୍ଡ ଲାଗିଛି । ଏହି ଭିଡିଓ ଏକ୍ସରେ ସେୟାର କରାଯାଇଛି । ଆନନ୍ଦ ମହିନ୍ଦ୍ରା କହିଛନ୍ତି କି ‘ନେଦରଲ୍ୟାଣ୍ଡସ ସାଇକେଲ ଚଳାଇ ଭବିଷ୍ୟ ଆଡେ ଯାଉଛି । ସାଇକେଲ ପାଇଁ ଏତେ ଜାଗା ନିଶ୍ଚିତ ଭାବେ ଭଲ କଥା ।’
The Netherlands
Cycling into the future.
Incredible how they are devoting space to, and designing spaces for, ‘modest mobility’
— anand mahindra (@anandmahindra) September 25, 2024
ଭିଡିଓଟି ଏକ୍ସରେ ପୋଷ୍ଟ ହେବା ପରେ ଅନେକ ଲୋକ ଏହାକୁ ଦେଖିଛନ୍ତି । ସମସ୍ତେ ନେଦରଲ୍ୟାଣ୍ଡ୍ସର ପ୍ରଶଂସା କରୁଛନ୍ତି କି ସାଇକେଲ ଆରୋହୀଙ୍କ ପାଇଁ ଏତେ ବ୍ୟବସ୍ଥା ହୋଇଛି ଯାହା କି ଏକ ଉତ୍ତମ କଥା । ସମସ୍ତେ ଏହି ଗମନାଗମନର ପ୍ରଶଂସା କରୁଛନ୍ତି । ଆନନ୍ଦ ମହିନ୍ଦ୍ରାଙ୍କୁ ସମସ୍ତେ ଏମିତି ଭିଡିଓ ସେୟାର କରିଥିବାରୁ ଧନ୍ୟବାଦ ଜଣାଉଛନ୍ତି । ପ୍ରତିକ୍ରିୟା ରଖି ଏହା ଅତି ପ୍ରେରଣାଦାୟୀ ବୋଲି ଜଣାଉଛନ୍ତି ।
Comments are closed.