www.samajalive.in
Saturday, December 6, 2025
15.1 C
Bhubaneswar

ପାରାଦୀପଠାରୁ ଦୂରେଇଲା ବାତ୍ୟା; ବାଲେଶ୍ଵର, ଭଦ୍ରକରେ ବଢୁଛି ପ୍ରଭାବ

ଭୁବନେଶ୍ଵର: ବାତ୍ୟା ଅମ୍ପନ ପାରାଦୀପ ଉପକୂଳରୁ ୧୨୦ କିଲୋମିଟର ଦୂରରେ ଅତିକ୍ରମ କରିଛି। ବାତ୍ୟା ପରାଦୀପ ନିକଟତର ହେବା ସମୟରେ ସର୍ବାଧିକ ୧୦୬ କିଲୋମିଟର ବେଗରେ ପବନ ବହିଥିଲା। ବର୍ତ୍ତମାନ ବାତ୍ୟା ପାରାଦୀପଠାରୁ ଦୂରେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ ଅଭିମୁଖେ ଗତି କରୁଛି। ପାରାଦୀପରେ ବର୍ତ୍ତମାନ ୬୦ରୁ ୬୫ କିଲୋମିଟର ବେଗରେ ପବନ ବହୁଥିବାବେଳେ ଜଗତସିଂହପୁର ଜିଲାରେ ଧୀରେ ଧୀରେ ଏହାର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହା ପରେ ବାଲେଶ୍ଵର ଏବଂ ଭଦ୍ରକ ଜିଲାରେ ବାତ୍ୟାର ପ୍ରଭାବ ଅଧିକ ହେବାରେ ଲାଗିଛି। ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୧୧୦ରୁ ୧୩୦ କିଲୋମିଟର ରହିବ। ସନ୍ଧ୍ୟା ପରେ ବାତ୍ୟା ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ।

ତେବେ ବାତ୍ୟାର ପ୍ରଭାବ ହ୍ରାସ ପାଇଲେ ମଧ୍ୟ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ବିଶେଷକରି ପୁରୀ, ଜଗତସିଂହପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲାରେ ବର୍ଷା ହେବ। କିନ୍ତୁ ଏସବୁ ଜିଲାରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ ବୋଲି ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories