www.samajalive.in
Monday, December 15, 2025
27.1 C
Bhubaneswar

ପଶ୍ଚିମବଙ୍ଗରେ ଅମିତ ଶାହ: ରାମକୃଷ୍ଣ ଆଶ୍ରମରେ ସ୍ବାମୀ ବିବେକାନନ୍ଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

କଲକାତା: ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ଏଥର ପଶ୍ଚିମବଙ୍ଗକୁ ଦଖଲ କରିବା ଲାଗି ବିଜେପି ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଶାସକ ଟିଏମ୍‌ସି କ୍ଷମତା ବଜାୟ ରଖିବାକୁ ନିଜର ପ୍ରୟାସ ଜାରି ରଖିଛି। ତେବେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ବିଧାୟକ ଏବଂ ନେତାମାନେ ଦଳ ଛାଡ଼ିବା ଘଟଣା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଡୁଆରେ ପକାଇଛି। ରାଜ୍ୟରେ ବିଜେପିର ପୃଷ୍ଠଭୂମିକୁ ମଜଭୁତ କରିବା ଲାଗି ନିକଟରେ ସଭାପତି ଜେ. ପି. ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଆସିଥିବାବେଳେ ଶନିବାର ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ।

ଶାହ ଶନିବାର ଏଠାରେ ପହଞ୍ଚିବା ପରେ କଲକାତାରେ ଥିବା ରାମକୃଷ୍ଣ ଆଶ୍ରମକୁ ଯାଇଥିଲେ। ସେଠାରେ ସେ ସ୍ବାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ, ଏହା ହେଉଛି ସେହି ସ୍ଥାନ, ଯେଉଁଠି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ହୋଇଥିଲା। ବିବେକାନନ୍ଦ ଆଧୁନିକତା ଏବଂ ଆଧ୍ୟାତ୍ମିକତାକୁ ଯୋଡ଼ିଛନ୍ତି। ଆମେମାନେ ତାଙ୍କ ମାର୍ଗରେ ଚାଲିବାରେ ଯେପରି ସକ୍ଷମ ହେବୁ ସେ ନେଇ ପ୍ରାର୍ଥନା କରୁଛି। ବିବେକାନନ୍ଦଙ୍କ ବିଚାରଧାରା ପୂର୍ବରୁ ଯେପରି ପ୍ରାସଙ୍ଗିକ ରହିଥିଲା ଆଜି ବି ସେପରି ପ୍ରାସଙ୍ଗିକ ରହିଛି।

- Advertisement -

ଏହି ଗସ୍ତ ସମୟରେ ଶାହ ଆଜି ପଶ୍ଚିମ ମେଦିନାପୁରରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ଏଥିପାଇଁ ପଶ୍ଚିମ ମେଦିନାପୁର ଜିଲାର ବେଲିଜୁରି ଗାଁରେ ସମାବେଶ ହେବ। ଏଥିପାଇଁ ସେଠାରେ ପ୍ରସ୍ତୁତି ​ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories