www.samajalive.in
Friday, December 5, 2025
26.1 C
Bhubaneswar

ଉତ୍କଳ ଗୌରବ ଥିଲେ ସମବାୟ ଆନ୍ଦୋଳନର ମୁଖ୍ୟ ପୁରୋଧା: ଅମିତ ଶାହା

ନୂଆଦିଲ୍ଲୀ : ଉତ୍କଳ ଗୌରବ ମଧୂସୁଦନ ଦାସ ସମବାୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ଓ ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି। ରାଜ୍ୟ ସମବାୟ ଆନ୍ଦୋଳନରେ ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଭୂମିକାକୁ କେନ୍ଦ୍ର ସରକାର ମାନ୍ୟତା ଦେବେ କି ସମ୍ପର୍କିତ ଲୋକସଭାରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଶାହା ଦର୍ଶାଇଛନ୍ତି ଯେ ସମବାୟ ଆନ୍ଦୋଳନର ପ୍ରବର୍ତ୍ତକ ତଥା ଅଗ୍ରଦୂତ ଭାବେ ଉତ୍କଳ ଗୌରବ ୧୧ ଜୁନ ୧୮୯୮ରେ ଦେଶର ପ୍ରଥମ ବହୁମୁଖୀ ସମବାୟ ଉଦ୍ୟୋଗ ‘ଦି କଟକ କୋଅପରଟିଭ ଷ୍ଟୋର’ର ସ୍ଥାପନା କରିଥିଲେ। ରପ୍ତାନିକୁ ଦୃଷ୍ଟିରେ ରଖି ବୃହତ ‘ଉତ୍କଳ ଟ୍ୟାନେରି’ ସ୍ଥାପନା କରିଥିଲେ। ତାଙ୍କ ଠାରୁ ପ୍ରେରଣା ପାଇ ବାଙ୍କୀ ଅଞ୍ଚଳର ଚର୍ଚ୍ଚିକା, ସୁବର୍ଣ୍ଣପୁର ଓ ବରପୁଟ ଠାରେ କୃଷି କ୍ରେଡିଟ ସମବାୟ ସମିତି ସ୍ଥାପନା ହୋଇଥିଲା। ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପରେ ନିଜ ରାଜ୍ୟର ସମବାୟ ମହାବିଦ୍ୟାଳୟ ଓ ସଂସ୍ଥାକୁ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି। ଓଡ଼ିଶାରେ ସମବାୟ ଆନ୍ଦୋଳନର ଅଗ୍ରଦୂତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନକୁ ମାନ୍ୟତା ପ୍ରଦାନ ସ୍ୱରୁପ ରାଷ୍ଟ୍ରୀୟ ସମବାୟ ପ୍ରଶିକ୍ଷଣ ପରିଷଦର ୨୦ଟି ୟୁନିଟ ମଧ୍ୟରୁ ଗୋଟିଏ ୟୁନିଟର ନାମକୁ ପରିବର୍ତ୍ତନ କରାଯାଇ ମଧୁସୂଦନ ସମବାୟ ପରିଚାଳନା ପ୍ରତିଷ୍ଠାନ ଭାବେ ନାମକରଣ କରାଯାଇଛି ବୋଲି ମନ୍ତ୍ରୀ ଶାହା କହିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories