www.samajalive.in
Sunday, December 14, 2025
26.1 C
Bhubaneswar

ଆମେରିକାରେ ପୁଣି ଫୁଟିଲା ଗୁଳି, ୩ମୃତ

ୱାଶିଂଟନ୍: ଆମେରିକାରେ ପୁଣି ଫୁଟିଲା ଗୁଳି । ଆମେରିକାର ୟୁନିଭର୍ସିଟି ଅଫ୍ ଭିର୍ଜିନିଆରେ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ୩ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ, କିଛି ଲୋକ ଆହତ ହୋଇଥିବା ମଧ୍ୟ କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ହୋଇଛି । ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ।

ଘଟଣାକୁ ନେଇ ପୁଲିସ ଅଧିକାରୀ ଟିମୋଥି ଲୋଙ୍ଗୋ ପ୍ରତିକ୍ରିୟା ରଖିଛନ୍ତି । ଅଧିକାରୀ କହିଛନ୍ତି ଯେ ଗୁଳି ଚଳାଇଥିବା ୨୨ ବର୍ଷିୟ ଛାତ୍ର ଜଣକ ଗିରଫ ହୋଇଛି । ଛାତ୍ର ଜଣକଙ୍କ ନାଁ ଖ୍ରୀଷ୍ଟୋଫର୍ ଡାର୍ନେଲ ଜୋନ୍ସ ଜ୍ର ବୋଲି ଜଣାପଡ଼ିଛି । ଛାତ୍ର ଜଣକ ଭର୍ଜିନିଆ ବିଶ୍ୱବିଦ୍ୟାଳୟ ପରିସରରେ ଫୁଟବଲ ଦଳର ତିନିଜଣ ସଦସ୍ୟଙ୍କୁ ଗୁଳି ଚଳାଇଥିଲା । ଘଟଣାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories