www.samajalive.in
Saturday, December 6, 2025
23.1 C
Bhubaneswar

ବାଣିଜ୍ୟ କଟକଣାରେ ଆମେରିକାର ହିଁ କ୍ଷତି ହେବ: ଚୀନ

ବେଜିଂ: ଚୀନ୍‍ ସାମଗ୍ରୀ ଆମଦାନୀକୁ ନେଇ ଆମେରିକା ଆରମ୍ଭ କରିଥିବା ବାଣିଜ୍ୟ ଯୁଦ୍ଧରେ ଆମେରିକାବାସୀ ଓ ବିଦେଶରେ ଥିବା ଆମେରିକୀୟ କମ୍ପାନୀ ହିଁ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ଚୀନ୍‍ କହିଛି।
ସୂଚନାଯୋଗ୍ୟ, ଚୀନ ନିର୍ମିତ କେତେକ ସାମଗ୍ରୀ ଆମଦାନୀ ଉପରେ ଆମେରିକା ଶୁଳ୍କ ବୃଦ୍ଧି କରିଥିବା ବେଳେ ଏବେ ଆଉ କେତେକ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିବା ପାଇଁ ଗତ ଗୁରୁବାର ଚେତାବନୀ ଦେଇଛି। ଏହାଦ୍ୱାରା ଚୀନର ୨୦୦ ବିଲିୟନ ଡଲାର କାରବାର ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ଏହାର ପ୍ରତିକ୍ରିୟାରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱାଇ କହିଛନ୍ତି ଯେ ବାଣିଜ୍ୟ କଟକଣା ଯୋଗୁଁ ଚୀନ୍‍ର କିଛି କ୍ଷତି ହେବ ନାହିଁ। ବରଂ ବିଦେଶୀ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ଯୋଗୁଁ ବିଦେଶରେ କାରବାର କରୁଥିବା ଆମେରିକୀୟ କମ୍ପାନୀମାନେ ହିଁ ଅଧିକ କ୍ଷତିଗ୍ରସ୍ତ ହେବେ। ଏହାସହିତ ଆମଦାନୀ ଶୁଳ୍କ ବୃଦ୍ଧିର ପ୍ରଭାବ ଆମେରିକାର ଘରୋଇ ବଜାର ଉପରେ ପଡ଼ିବ ଏବଂ ଆମେରିକୀୟ ଉପଭୋକ୍ତାମାନେ ହିଁ ଅଧିକ କ୍ଷତିଗ୍ରସ୍ତ ହେବେ। ବିଶ୍ୱର ଅନ୍ୟାନ୍ୟ ଦେଶର ବାଣିଜ୍ୟ କାରବାର ପ୍ରତି ଆମେରିକାର ସମ୍ମାନ ନାହିଁ। କିନ୍ତୁ ଆମେରିକା ପ୍ରଶାସନ ଅନ୍ତତଃ ଆମେରିକା ଉପଭୋକ୍ତା ଓ ଆମେରିକୀୟ କମ୍ପାନୀଙ୍କ ସ୍ୱାର୍ଥ ବିଷୟରେ ଚିନ୍ତା କରିବା ଆବଶ୍ୟକ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories