ଧାମରା: ଧାମରା ବନ ବିଭାଗ ତରଫରୁ ହରିଣ ଶିକାରୀ ଓ ମାଂସ ଜବତ କରାଯାଇଛି। ଅଭିଯୁକ୍ତ ହେଉଛି କେନ୍ଦ୍ରାପଡା ଜିଲ୍ଲାର ସୁରଜିତ ଖଣ୍ଡା।
ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲାରୁ ଏକ ଭୁଟୁଭୁଟିରେ ସୁରଜିତ ୧୦କେଜି ହରିଣ ମାଂସ ନେଇ ଧାମରା ନିକଟସ୍ଥ କାଳିନାଳୀ ଘାଟ ପାରି ହେଉଥିଲା। ଏହି ସମୟରେ ଧାମରା ବନପାଳ ଗଦାଧର ବିଶ୍ବାଳଙ୍କ ନେତୃତ୍ବରେ ଏକ ଟିମ୍ ଅଭିଯୁକ୍ତକୁ ଧରିଥିଲେ। ତାପରେ ଜବତ ମାଂସକୁ ଚାନ୍ଦବାଲି ରେଞ୍ଜର ଅଫିସ ପରିସରରେ ପୋତା ଯାଇଥିଲା। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।
୧୦କେଜି ହରିଣ ମାଂସ ଜବତ
Popular Categories



