ବିଜୁ ପକ୍କାଘର ବିଲ୍ ପ୍ରଦାନ ନେଇ ବିଡିଓଙ୍କ ଦ୍ବାରସ୍ଥ ହେଲେ ବିସ୍ଥାପିତ ଗ୍ରାମବାସୀ

ଅମ୍ବାଭୋନା: ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଡେବ୍ରିଗଡ ଅଭୟାରଣ୍ୟର ବିସ୍ଥାପିତ ରେଙ୍ଗାଲି ଗ୍ରାମବାସୀ ବିଜୁ ପକ୍କା ଘର ନିର୍ମାଣ ବିଲ୍ ପ୍ରଦାନ ଦାବୀ ନେଇ ମଙ୍ଗଳବାର ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗ୍ରାମବାସୀ ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ଏନେଇ ଲିଖିତ ଭାବେ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ବିସ୍ଥାପିତ ରେଙ୍ଗାଲି ଗ୍ରାମବାସୀଙ୍କୁ ଆଜକୁ ୬ ମାସ ହେବ ବିଜୁପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିସାରିଥିଲେ ମଧ୍ୟ ପ୍ରଥମ କିସ୍ତିର ବିଲ୍ ଅଦ୍ୟାବଧି ପ୍ରଦାନ କରାଯାଇ ନଥିବା ପ୍ରକାଶ କରିଛନ୍ତି। ତାଙ୍କର ନିଜସ୍ବ ଘର ନିର୍ମାଣ ହୋଇପାରୁ ନଥିବାରୁ ସେମାନେ ନୂତନ କୁରୁମକେଲ ତଥା ପୁନର୍ବାସ କଲୋନୀରେ ଆଶ୍ରୟ ନେଇଛନ୍ତି। ଏହି ପୁନର୍ବାସ କଲୋନୀରେ ରହିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

Comments are closed.