ଭୁବନେଶ୍ୱର: ସମସ୍ତ ବ୍ୟାଙ୍କ ସଖୀମାନଙ୍କୁ ‘ଆମ ବ୍ୟାଙ୍କ’ରେ ନିଯୁକ୍ତି ଦିଆଯାଉ। ଖାଲି ସେତିକି ନୁହେଁ ବ୍ୟାଙ୍କ ସଖୀଙ୍କୁ ପ୍ରତି ମାସରେ ୧୦ହଜାର ଟଙ୍କା ପ୍ରୋତ୍ସହନ ଭତ୍ତା, ବ୍ୟାଙ୍କ ସଖୀଙ୍କୁ ମିଶନଶକ୍ତି କ୍ୟାଡରଭୁକ୍ତ, ବ୍ୟାଙ୍କ ସଖୀମାନଙ୍କୁ ମହାସଂଘ ବୈଠକରେ ଯୋଗ ଦେବାକୁ ସୁଯୋଗ ଦିଆଯାଉ। ସବୁିଧାରେ କାର୍ଯ୍ୟ କରିବା ପାଇଁ ବ୍ୟାଙ୍କ ସଖୀମାନଙ୍କୁ ପ୍ରତି ପଂଚାୟତରେ ଘର ଏବଂ ଆବଶ୍ୟକ ଆସବାବ ପତ୍ର ଯୋଗାଇ ଦିଆଯାଉ। ଏବଂ ସେମାନଙ୍କ ପାଇଁ ଏକ ପ୍ରକାର ପୋଷାକ (ଡ୍ରେସ କୋଡ)ର ବ୍ୟବସ୍ଥା ଆଦି ଦାବିରେ ସୋମବାର ରାଜଧାନୀରେ ବିକ୍ଷୋଭ କରିଛନ୍ତି ଓଡ଼ିଶା ବ୍ୟାଙ୍କ ସଖୀ କର୍ମଚାରୀ ସଂଘ।



