www.samajalive.in
Monday, December 15, 2025
26.1 C
Bhubaneswar

ନୂଆ ରୂପରେ ଆସିବ ଅଲ୍ଟୋ, ମାଇଲେଜ୍ ୨୮ରୁ ଅଧିକ…

ନୂଆଦିଲ୍ଲୀ : ସୁଜୁକିର ଲୋକପ୍ରିୟ କାର୍ ଅଲ୍ଟୋ ଏବେ ଏକ ନୂଆ ରୂପରେ ଫେରିବାକୁ ପ୍ରସ୍ତୁତ ହେଉଛି । ୨୦୨୫ ସୁଜୁକି ଅଲ୍ଟୋ ଫେସଲିଫ୍ଟ ଜାପାନ ବଜାରରେ ପ୍ରଦର୍ଶିତ ହୋଇଛି ଯେଉଁଥିରେ ନୂଆ ଟେକ୍ନୋଲୋଜି, ଉତ୍ତମ ଡିଜାଇନ୍ ଓ ଦମଦାର ମାଇଲେଜ୍ ସହିତ ନୂଆ ଫିଚର୍ ରହିଛି । ଏଥିରେ ସିଭିଟି ଓ ଏବଂ ଅପ୍ସନାଲ୍ ଅଲ୍ ହ୍ବିଲ୍ ଡ୍ରାଇଭ୍ ଟ୍ରାନ୍ସମିଶନ ଦିଆଯାଇଛି । ୨୦୨୫ ସୁଜୁକି ଅଲ୍ଟୋରେ ଫ୍ରଣ୍ଟ୍ ଗ୍ରିଲକୁ ନୂଆ ରୂପ ଦିଆଯାଇଛି ଯେଉଁଥିରେ ଏବେ ରଡାର ମଡ୍ୟୁଲ ମଧ୍ୟ ସାମିଲ । ବମ୍ପର ଏବେ ପୂର୍ବ ଅପେକ୍ଷା ଅଧିକ ରାଉଣ୍ଡେଡ୍ ଏବଂ ଆଧୁନିକ ନଜର ଆସୁଛି । ଏହା ସହିତ ଏଥିରେ ନୂଆ ଟେରାକୋଟା ପିଙ୍କ୍ କଲର ଏବଂ ସଫ୍ଟ ବେଜ୍ ରୁଫ୍ ଭଳି ଷ୍ଟାଇଲିସ୍ ଡୁଆଲ ଟୋନ୍ ବିକଳ୍ପ ଯୋଡାଯାଇଛି ।

ନୂଆ ମଡେଲ ଏବେ ଅଧିକ ସ୍ମାର୍ଟ ହୋଇଯାଇଛି । ଏଥିରେ ଡୁଆଲ ସେନ୍ସର ବ୍ରେକ୍ ସପୋର୍ଟ ୨ ଭଳି ଟେକ୍ନୋଲୋଜି ଦିଆଯାଇଛି ଯାହା ଏଇବିକୁ ସପୋର୍ଟ କରେ । ଏହା ବ୍ୟତୀତ ଲେନ୍ ଡିପାର୍ଚର ଆସିଷ୍ଟ, ରିୟର ପାର୍କିଂ ସେନ୍ସର, ଏବଂ ଲୋ-ସ୍ପିଡ୍ ବ୍ରେକିଂ ଭଳି ସେଫ୍ଟି ଫିଚର୍ ଏବେ ଷ୍ଟାଣ୍ଡାର୍ଡ । ବର୍ତ୍ତମାନ ସୁଦ୍ଧା ୨୦୨୫ ସୁଜୁକି ଅଲ୍ଟୋ ଭାରତରେ ଲଞ୍ଚ୍ ହେବା ନେଇ କୌଣସି ସୂଚନା ଆସିନି । ଭାରତରେ ଅଲ୍ଟୋକୁ ବଜେଟ କାର ରୂପେ ଦେଖାଯାଏ କିନ୍ତୁ ଜାପାନରେ ଏହା ଏକ ପ୍ରିମିୟମ୍ କାର୍ କେଇ(Kei) ନାଁରେ ବିକ୍ରି କରାଯାଏ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories