www.samajalive.in
Saturday, December 6, 2025
16.1 C
Bhubaneswar

ଇସ୍ତଫା ଦେଲେ ଆଲୋକ ବର୍ମା

ନୂଆଦିଲ୍ଳୀ: ସିବିଆଇ ନିର୍ଦେଶକ ପଦରୁ ହଟିବାର ୨୪ ଘଣ୍ଟା ନ ପୁରୁଣୁ ଆଲୋକ ବର୍ମା ଇସ୍ତଫା ଦେଇଛନ୍ତି। ସିବିଆଇ ନିର୍ଦେଶକ ପଦରୁ ହଟାଇବା ପାଇଁ ଗୁରୁବାର ସନ୍ଧ୍ୟାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ନିଷ୍ପତ୍ତି ନେଇଥିଲେ।
ସୂଚନାଯୋଗ୍ୟ, ସିବିଆଇର ନିର୍ଦେଶକ ପଦରେ ଥିବା ବେଳେ ଆଲୋକ ବର୍ମା ଓ ଅତିରିକ୍ତ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଦୁହେଁ ଦୁହିଁଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଗତ ଅକ୍ଟୋବର ମାସରେ ଦୁଇ ଜଣଙ୍କୁ କେନ୍ଦ୍ର ସରକାର ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଥିଲେ। ଏହି ନିଷ୍ପତ୍ତି ବିରୋଧରେ ଦୁଇ ଅଧିକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ୮ ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଛୁଟି ନିର୍ଦେଶକୁ ରଦ୍ଦ କରିବା ସହିତ ଶ୍ରୀ ବର୍ମାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ସମ୍ପର୍କରେ ୭ ଦିନ ମଧ୍ୟରେ ନିଷ୍ପତ୍ତି ନେବା ପାଇଁ ଉଚ୍ଚକ୍ଷମତା ସମ୍ପନ୍ନ କମିଟିକୁ ନିର୍ଦେଶ ଦେଇଥିଲେ। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୁପ୍ରିମକୋର୍ଟ ବିଚାରପତି ଏ କେ ସିକ୍ରି ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କୁ ନେଇ ଅନୁଷ୍ଠିତ ଉଚ୍ଚକ୍ଷମତାସମ୍ପନ୍ନ କମିଟି ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦେଶକ ପଦରୁ ହଟାଇ ନାଗରିକ ସୁରକ୍ଷା, ଅଗ୍ନିଶମ ସେବା ଓ ଗୃହରକ୍ଷୀ ସେବାର ମହାନିର୍ଦେଶକ ପଦରେ ଅବସ୍ଥାପିତ କରିଥିଲେ। ଏହି ନୂଆ ନିଯୁକ୍ତି ଘୋଷଣାର ୨୪ ଘଣ୍ଟା ମଧ୍ୟରେ ଶ୍ରୀ ବର୍ମା ଇସ୍ତଫା ଦେଇଛନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories