ଅଭିନୟ ଜଗତରେ ପାଦ ଥାପିବେ ଅଲ୍ଲୁ ଅର୍ଜୁନଙ୍କ ଝିଅ, ସାମନ୍ଥାଙ୍କ ସହ ଆସିବେ ନଜର
ମୁମ୍ବଇ: ଖୁବଶୀଘ୍ର ଅଭିନୟ ଜଗତରେ ପାଦ ଥାପିବେ ତେଲୁଗୁ ସିନେଜଗତର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଝିଅ। ଏନେଇ ଟ୍ୱିଟର ଜରିଆେରେ ସୂଚନା ଦେଇଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ।
ସେ ଗର୍ବର ସହ ପ୍ରକାଶ କରିଛନ୍ତି ଯେ, ତାଙ୍କ ଝିଅ ଆରହା ଅଭିନୟ ଦୁନିଆରେ ପାଦ ଥାପୁଛନ୍ତି। ଲୋକପ୍ରିୟ ଟଲିଉଡ଼ ଅଭିନେତ୍ରୀ ସାମନ୍ଥା ଅକ୍କିନେନିଙ୍କ ଆଗାମୀ ଚଳଚ୍ଚିତ୍ର ‘ଶକୁନ୍ତଳାମ୍’ ଜରିଆରେ ସେ ଟଲିଉଡ଼ରେ ଏଣ୍ଟ୍ରି କରିବେ। ଏଥିରେ ସେ ପ୍ରିନ୍ସ ଭରତ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଗୁଣଶେଖର। ତାଙ୍କ ଝିଅକୁ ଏହି ସୁବର୍ଣ୍ଣ ସୁଯୋଗ ଦେଇଥିବାରୁ ଅଲୁ ଅର୍ଜୁନ ଗୁଣଶେଖର ଏବଂ ନିର୍ମାତା ନୀଳିମାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
A proud moment for the Allu family to announce that the fourth generation, #AlluArha will be making her debut with #Shakuntalam movie. I want to thank @Gunasekhar1 garu & @neelima_guna garu for giving my daughter this beautiful movie as her debut . pic.twitter.com/iPfXQaqJCk
— Allu Arjun (@alluarjun) July 15, 2021
ସୂଚନାଯୋଗ୍ୟ, ଅଲ୍ଲୁ ଅର୍ଜୁନଙ୍କ ପରିବାର ବହୁ ଆଗରୁ ଅର୍ଥାତ୍ ବାପା ଜେଜେବାପା କାଳରୁ ସିନେଜଗତ ସହ ଜଡ଼ିତ। ଆରହା ହେଉଛନ୍ତି ତାଙ୍କ ପରିବାରର ଚତୁର୍ଥ ପିଢିର କଳାକାର।
Comments are closed.