www.samajalive.in
Friday, December 12, 2025
26.1 C
Bhubaneswar

୧ ନିୟୁତ ଡଲାରରୁ ଅଧିକ ନିବେଶ କରିବ ୟୁନିଫର୍ମ ଜଙ୍କସନ

ମୁମ୍ବଇ : କେ-୧୨ ବିଦ୍ୟାଳୟସମୂହ ନିମନ୍ତେ ଭାରତର ପ୍ରଥମ ୱାନଷ୍ଟପ ସମନ୍ୱିତ ଯୋଗାଣ ଶୃଙ୍ଖଳ ତଥା ଅରବିନ୍ଦ ମଫତଲାଲ ଗ୍ରୁପ୍‍ର ଏକ ଅଂଶ ୟୁନିଫର୍ମ ଜଙ୍କସନ, ବିଶ୍ୱର ଏକ ଅଗ୍ରଣୀ ଏବଂ ସର୍ବାଧୁନିକ ଶିକ୍ଷା ଆନାଲିଟିକ୍ସ ସମାଧାନ ଯୋଗାଣକାରୀ ଇସ୍ରାଏଲର ଏକ୍ସ୧୦ଇଡି ସହିତ ନିଜର ସହଭାଗିତା ସମ୍ପର୍କରେ ଘୋଷଣା କରିଛି । ଏହି ସହଭାଗିତା ୟୁନିଫର୍ମ ଜଙ୍କସନକୁ ଏକ୍ସ୧୦ଇଡିର ସର୍ବୋତ୍ତମ ଡାଟା ବିଜ୍ଞାନ ପଦ୍ଧତିଗୁଡିକ ବ୍ୟବହାର କରି ସଂଜ୍ଞାନାତ୍ମକ କୌଶଳ, ସାମାଜିକ କୌଶଳ, ସୃଜନଶୀଳତା ଆଦି ଅନେକ କିଛି ମୁଖ୍ୟ ମୁଖ୍ୟ ଶିକ୍ଷଣୀୟ ବିଷୟବସ୍ତୁ ନିର୍ଦ୍ଧାରଣ କରିବାକୁ ବିଦ୍ୟାଳୟସମୂହର ଦୃଶ୍ୟପଟ୍ଟକୁ ସଶକ୍ତ କରି ଗଢିତୋଳିବ ।

ୟୁନିଫର୍ମ ଜଙ୍କସନ, ଏକ୍ସ୧୦ଇଡି ସହିତ ଏହି କ୍ରମରେ ପ୍ରଥମ ଏହିଭଳି ସହଭାଗିତା କରୁଛି ଯାହା ବିଶ୍ୱର କିଛି ସର୍ବଶ୍ରେଷ୍ଠ ଏଡଟେକ୍‍ କମ୍ପାନୀଗୁଡିକର ସମାଧାନକୁ ଭାରତକୁ ଆଣିବା ଏବଂ ଭାରତ ଉପଯୋଗୀ କରି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ । ବୁଧବାର ଦିନ ଏକ ଆଭାସି ସାମ୍ବାଦିକ ସମ୍ମିଳନୀରେ କମ୍ପାନୀ ଆନ୍ତର୍ଜାତିକ ସହଭାଗିତାରେ ୧ ନିୟୁତ ଡଲାର ନିବେଶ ସମ୍ପର୍କରେ ଘୋଷଣା କରିଛି ଏବଂ ଏହା ସମଗ୍ର ବିଶ୍ୱରେ ପ୍ରଥମ ଏବଂ ଏହାଦ୍ୱାରା ସର୍ବବୃହତ ବିଦ୍ୟାଳୟ ପ୍ରଯୁକ୍ତି ସମାଧାନ ଯୋଗାଣକାରୀ ଭାବରେ ନିଜର ସ୍ଥିତିକୁ ଅଧିକ ସୁଦୃଢ କରୁଛି । ଏ ସମ୍ପର୍କରେ ପ୍ରକାଶ କରି ମଫତଲାଲ ଇଣ୍ଡଷ୍ଟ୍ରିଜର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଏବଂ ୟୁନିଫର୍ମ ଜଙ୍କସନର ସହପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ରିୟବ୍ରତ ମଫତଲାଲ କହିଥିଲେ, କେ୧୨ ଶିକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଚାହିଦା ଏକ ମୋଡରେ ପହଞ୍ଚିଛି । ତାହାସହିତ ସଂପ୍ରତି ଶିକ୍ଷାର ବାସ୍ତବରେ କୌଣସି ସୀମା ସରହଦ ନାହିଁ ଏବଂ ଛାତ୍ରଛାତ୍ରୀଙ୍କୁ ବିଶ୍ୱ ନାଗରିକ ଭାବେ ଗଢି ତୋଳିବାର ଆବଶ୍ୟକତା ରହିଛି । ସେଥିପାଇଁ ଆମର ସହଭାଗିତା ବିଦ୍ୟାଳୟଗୁଡିକୁ ବିବିଧ ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷା ସମାଧାନ ଆଣିଦେବା ଉପରେ ଦୃଷ୍ଟିନିବଦ୍ଧ କରିବ । ସେଥିପାଇଁ ଏହା ସହଭାଗିତା ବିଶ୍ୱର ଏଡଟେକ୍‍ର ପେଣ୍ଠସ୍ଥଳ ଇସ୍ରାଏଲ ସହିତ ହୋଇଛି ଏବଂ ଏକ୍ସ୧୦ଇଡିର ସମାଧାନଗୁଡିକ ବିଦ୍ୟାଳୟସମୂହକୁ ମୂଳସ୍ତରରୁ ଶିକ୍ଷାଲାଭ ପ୍ରତି ଦୃଷ୍ଟିଦେବାରେ ସହାୟକ ହେବ ।

- Advertisement -

ଏକ ଆକଳନ ଏବଂ ଅଧ୍ୟୟନ ଅନୁଯାୟୀ ଭାରତୀୟ ଏଡ଼ଟେକ୍‍ ବଜାର ୨୦୨୨ ସୁଦ୍ଧା ୩.୨ ବିଲିଅନ ଡଲାର ଏବଂ ୨୦୨୫ ସୁଦ୍ଧା ୧୦.୪ ବିଲିଅନ ଡଲାରରେ ପହଞ୍ଚିବ । ଶିକ୍ଷାର ଡିଜିଟାଇଜେସନ ସହିତ ନୂତନ ଶିକ୍ଷା ନୀତି (ଏନଇପି) ଜରିଆରେ ନୀତିଗତ ପ୍ରୋତ୍ସାହନ ନିଶ୍ଚିତ ଭାବରେ ଭାରତରେ ଗତ ଆର୍ଥିକ ବର୍ଷରେ ଏଡ଼ଟେକ୍‍ର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories