www.samajalive.in
Wednesday, December 10, 2025
26.1 C
Bhubaneswar

ପୁଣି ହୋଇପାରେ ଭାରତ ବନ୍ଦ, ରାମଲିଲା ମୈଦାନରେ ପ୍ରଦର୍ଶନ ପାଇଁ ଅନୁମତି ମାଗିଲା ପଞ୍ଜାବ କୃଷକ ସଂଘ

ଆଜି ସାରା ଦେଶରେ କୃଷକ ସଂଗଠନଗୁଡିକ ଦ୍ୱାରା ଦିଆଯାଇଥିବା ଭାରତ ବନ୍ଦ ଡାକରା କେତେକାଂଶରେ ସଫଳ ହୋଇଥିବା ବେଳେ ଆଗାମୀ ଦିନରେ ପୁଣି ଥରେ ଭାରତ ବନ୍ଦ କରିବା ଲାଗି ନିଷ୍ପତ୍ତି ହୋଇପାରେ ବୋଲି ସମ୍ଭାବନା ଦେଖାଦେଇଛି। କେନ୍ଦ୍ର କୃଷିମନ୍ତ୍ରୀ ତଥା ଅନ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ କୌଣସି ନିଷ୍କର୍ସ ବାହାରି ପାରୁନଥିବା ବେଳେ ଦିନକୁ ଦିନ ଦିଲ୍ଲୀରେ ସୀମାରେ ହଜାର ହଜାର ସଂଖ୍ୟାରେ କୃଷକ ଓ କୃଷକ ସଂଗଠନର ସଦସ୍ୟମାନେ ଆସି ପହଂଚୁଛନ୍ତି। କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ ଦିଲ୍ଲୀ ଏବଂ ହରିୟାଣାବାସୀଙ୍କ ପାଇଁ କୌଣସି ଅସୁବିଧା ସୃଷ୍ଟି କରିବାକୁ ଚାହୁଁ ନାହାଁନ୍ତି ବୋଲି ପଞ୍ଜାବ କୃଷକ ସଂଘ କହିବା ସହ ସେମାନଙ୍କୁ ରାମଲିଲା ମୈଦାନରେ ବିରୋଧ କରିବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି।

ସିଙ୍ଗୁ (ହରିୟାଣା-ଦିଲ୍ଲୀ) ସୀମାରେ ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବ କିସାନ ୟୁନିଅନର ଆର.ଏସ. ମନସା କହିଛନ୍ତି ଯେ ଆମେ ଦିଲ୍ଲୀ କିମ୍ବା ହରିୟାଣାର କାହାକୁ ଅସୁବିଧାରେ ପକାଇବାକୁ ଚାହୁଁ ନାହୁଁ, ଆମକୁ ରାମଲିଲା ମୈଦାନରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଉ।

- Advertisement -

ମନସା କହିଛନ୍ତି ଯେ ପାଞ୍ଚ ରାଉଣ୍ଡ ଆଲୋଚନା ହୋଇଛି କିନ୍ତୁ କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କୁ କେନ୍ଦ୍ର ଏପର୍ଯ୍ୟନ୍ତ କୌଣସି ପ୍ରତିଶୃତଟି ଦେଇନାହିଁ। ତେବେ ଆଜି ସନ୍ଧ୍ୟା ୭ଟାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ହେଉଥିବା ବୈଠକରେ କୃଷକଙ୍କ ଦାବିକୁ କେନ୍ଦ୍ର ଗ୍ରହଣ କରିବାକୁ ଇଚ୍ଛୁକ କି ନାହିଁ ସେ ତାଙ୍କୁ ପଚାରିବେ ବୋଲି ମନସା କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories