www.samajalive.in
Wednesday, December 10, 2025
26.1 C
Bhubaneswar

ରେମେଡ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି 

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଭାବରେ ଗଠିତ ହେବା ଦିନଠାରୁ ୭ ବର୍ଷ ବିତିଯିବା ସତ୍ତ୍ବେ ଏ ପର୍ଯ୍ୟନ୍ତ ନିଗମ ନିର୍ବାଚନ ହୋଇ ନ ଥିବାରୁ ଲୋକେ ଜନପ୍ରତିନିଧିଟିଏ ପାଇ ପାରି ନ ଥିବାରୁ ସେମାନଙ୍କର ଅଞ୍ଚଳର ସମସ୍ୟାଗୁଡିକୁ ପ୍ରଶାସନ ସମ୍ମୁଖରେ ସଠିକ ଭାବରେ ଉପସ୍ଥାପନ କରି ପାରୁ ନାହାନ୍ତି। ଏବେ ନିଗମ ସମ୍ପୂର୍ଣ୍ଣ ରୂପେ ସରକାରୀ ବାବୁମାନଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ସାଧାରଣ ଜନତାଙ୍କ ସମସ୍ୟା ଶୁଣିବାକୁ ବେଳ ନ ଥିବାବେଳେ ଅନେକ ସମୟରେ ଲୋକେ ସେମାନଙ୍କ ନିକଟକୁ ପହଞ୍ଚି ପାରୁ ନାହାନ୍ତି। ଏଭଳି କ୍ଷେତ୍ରରେ ନିଗମ ଅର୍ନ୍ତଗତ ଅଞ୍ଚଳରେ ନାଳ, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ପରିମଳ, ରାସ୍ତାଘାଟ ଆଦି ସର୍ବନିମ୍ନ ସୁବିଧା ପାଇବାରୁ ଲୋକେ ବଞ୍ଚିତ ହୋଇ ନିଜକୁ ଠକେଇର ଶିକାର ହୋଇଥିବାର ଅନୁଭବ କରୁଛନ୍ତି। ନିଗମ ଅଧିନସ୍ଥ ୱାର୍ଡ ନଂ ୧୪ ଅର୍ନ୍ତଗତ ରେମେଡ ଅଞ୍ଚଳରେ ରାସ୍ତାଘାଟ, ନାଳ ସମେତ ଶୌଚାଳୟର ଗୁରୁତର ସମସ୍ୟା ଲାଗି ରହିଛି। ଅଞ୍ଚଳବାସୀଙ୍କର ଅନେକ ବାର ଦାବି ସତ୍ତ୍ବେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରି ନାହିଁ। ଏଣୁ ସୋମବାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟିମ୍ ସିଦ୍ଧୁ ସାହା ସମ୍ବଲପୁରର ସଦସ୍ୟମାନଙ୍କ ସହିତ ଅଞ୍ଚଳବାସୀ ଉପ ମହାନଗର ନିଗମ କମିଶନର ରବିନ୍ଦ୍ର କୁମାର ପଟେଲଙ୍କୁ ସାକ୍ଷାତକାର କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଞ୍ଚଳରେ ସ୍ୱଚ୍ଛ ଓ ନିର୍ମଳ ପରିବେଶ ପାଇଁ ଶୌଚାଳୟର ନିତାନ୍ତ ଆବଶ୍ୟକତା ରହିଥିବାବେଳେ ନାଳ, ପାନୀୟ ଜଳ ଓ ରାସ୍ତାଘାଟର ବିଶେଷ ଅସୁବିଧା ରହିଥିବାର ଉପ କମିଶନର ପଟେଲଙ୍କୁ ଜଣାଇ ସମାଧାନ ପାଇଁ ଅନୁରୋଧ କରିଥିଲେ। ଉପ କମିଶନର ପଟେଲ ଏହି ବିଷୟରେ ଶିଘ୍ର ଧ୍ୟାନ ଦିଆଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି। ସାକ୍ଷାତକାର ସମୟରେ ଟିମ୍ ସିଦ୍ଧୁ ସାହାର ସଦସ୍ୟ ଭଗତ ସାକ୍ଷୀପଡା, ସୁବାଶିଷ ପଣ୍ଡା, ଲୋକେଶ ପାଣ୍ଡେ, ସୌରଭ ପ୍ରଧାନ, ଜଫର ଖାନ, ରୋହିତ ବେହେରାଙ୍କ ସମେତ ଅଞ୍ଚଳର ଅନେକ ବରିଷ୍ଠ ମହିଳା, ଯୁବକମାନେ ଉପସ୍ଥିତ ରହିଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories