ଆସନ ବୁଝାମଣା ଉପରେ ନିର୍ଭର କରୁଛି ମେଣ୍ଟ: ମାୟାବତୀ 

0

ଲକ୍ଷ୍ନୌ: ୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ପ୍ରସ୍ତାବିତ ମହାମେଣ୍ଟକୁ ନେଇ ଅନିଶ୍ଚିତତା ଲାଗି ରହିଛି। ମନ ମୁତାବକ ଆସନ ମିିଳିଲେ ଯାଇ ମେଣ୍ଟ କଥା ଚିନ୍ତା କରାଯିବ ବୋଲି କଂଗ୍ରେସକୁ ବହୁଜନ ସମାଜ ପାର୍ଟି ମୁଖ୍ୟ ସୁଶ୍ରୀ ମାୟାବତୀ କହିଛନ୍ତି। ଏହାପରେ ଉତ୍ତର ପ୍ରଦେଶରେ ମେଣ୍ଟ ସମ୍ଭାବନାକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଆସନ୍ତା ବିଧାନସଭା ନିର୍ବାଚନରେ ବିଏସ୍‍ପି ସହିତ ମେଣ୍ଟ କଲେ କଂଗ୍ରେସକୁ ଫାଇଦା ମିଳିବ ବୋଲି କଂଗ୍ରେସ ନେତାମାନେ ଚିନ୍ତା କରୁଥିବା ବେଳେ ମେଣ୍ଟ ଦ୍ୱାରା ବିଏସ୍‍ପି କଂଗ୍ରେସ ତୁଳନାରେ ଅଧିକ ଲାଭବାନ ହେବ ବୋଲି ରାଜନୀତି ବିଶାରଦମାନେ କହିଛନ୍ତି।
ସୂଚନାଯୋଗ୍ୟ, କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବ ଅବସରରେ ମହାମେଣ୍ଟ ସମ୍ଭାବନା ସୃଷ୍ଟି ହୋଇଥିଲା। ମଧ୍ୟପ୍ରଦେଶରେ ବିଏସ୍‍ପି ସହିତ ମେଣ୍ଟ ପାଇଁ କଂଗ୍ରେସ ପ୍ରସ୍ତାବ ଦେଇଥିଲା। ଏହାର ଦିନକ ପରେ ରାଜ୍ୟର ସମସ୍ତ ୨୩୦ ଆସନରେ ବିଏସ୍‍ପି ଲଢ଼ିବ ବୋଲି ଦଳର ଜଣେ ନେତା କହିଥିଲେ। ଏହି ବିବାଦୀୟ ଘଟଣା ପରେ ମେଣ୍ଟ ସମ୍ପର୍କରେ ମୁହଁ ନ ଖୋଲିବାକୁ ଦଳୀୟ ନେତାଙ୍କୁ ମାୟାବତୀ ତାଗିଦ କରିଥିଲେ।

Leave A Reply