www.samajalive.in
Wednesday, December 10, 2025
17.1 C
Bhubaneswar

ଚାକିରି ନାଁରେ ଠକେଇ: ବିଜେଡି ନେତ୍ରୀଙ୍କ ସମେତ ୩ ଜଣଙ୍କ ନାମରେ ଏତଲା, ଜଣେ ଗିରଫ

ସମାଜ ଡିଜିଟାଲ ଡେସ୍କ: ଚାକିରି କରାଇଦେବା ନାଁରେ କିଛି ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ମାଲକାନଗିରି ଜିଲାର ଜଣେ ବିଜେଡି ନେତ୍ରୀ। ବିଜେଡିର ଜଣେ ଜିଲା ପରିଷଦ ସଦସ୍ୟାଙ୍କ ସମେତ ୩ ଜଣଙ୍କ ନାମରେ ଏ ନେଇ ଥାନାରେ ଏତଲା ଦିଆଯାଇଛି। ପୁଲିସ ଏତଲାକୁ ଆଧାର କରି ଭୁବନେଶ୍ଵରରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି। ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ବିଷୟରେ ଅଧିକ ତଥ୍ୟ ମିଳିପାରି ନାହିଁ। ଜିଲା ପରିଷଦ ସଦସ୍ୟା ଜଣକ ଚାକିରି କରାଇଦେବା ନାଁରେ କିଛି ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେ। କିନ୍ତୁ ପରେ ନା ଚାକିରି ମିଳିଥିଲା ନ ଟଙ୍କା। ଶେଷରେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଏ ନେଇ ଥାନାର ଦ୍ଵାରସ୍ଥ ହୋଇଥିଲେ।

ଚାକିରି ନାଁରେ ବିଜେଡି ନେତ୍ରୀ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ, ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ସମେତ ୩ ଜଣଙ୍କ ନାମରେ ଥାନାରେ ଏତଲା, ଭୁବନେଶ୍ଵରରୁ ଜଣେ ଗିରଫ

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories