ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଗୋଟିଏ ପରେ ଗୋଟିଏ ସ୍ଥାନର ନାମ ପରିବର୍ତ୍ତନ ଚାଲିଛି। ଏହି ପ୍ରକ୍ରିୟା ମଧ୍ୟରେ ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହ୍ଲାବାଦର ନାମକୁ ବଦଳାଇ ପ୍ରୟାଗରାଜ କରିବାକୁ ଘୋଷଣା କରିଛନ୍ତି।
କୁମ୍ଭ ମେଳାକୁ ନେଇ ଆୟୋଜିତ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ସଙ୍ଗମ୍ ନଗରୀ ଏହ୍ଲାବାଦର ନାମକୁ ପରିବର୍ତ୍ତନ କରି ଏହାକୁ ପ୍ରୟାଗରାଜ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରସ୍ତାବକୁ ପ୍ରଦେଶ ସରକାର ସବୁଜ ସଙ୍କେତ ଦେଇଥିବାବେଳେ ରାଜ୍ୟପାଳ ରାମ ନାଇକ ମଧ୍ୟ ପ୍ରସ୍ତାବକୁ ସହମତି ପ୍ରଦାନ କରିଛନ୍ତି। ଫଳରେ ଖୁବ୍ ଶୀଘ୍ର ଏହ୍ଳାବାଦ “ପ୍ରୟାଗରାଜ’ରେ ପରିବର୍ତ୍ତିତ ହେବାକୁ ଯାଉଛି।
ଏହ୍ଳାବାଦ ହେବ ପ୍ରୟାଗରାଜ
Popular Categories



