www.samajalive.in
Saturday, December 6, 2025
16.1 C
Bhubaneswar

ଜାମ୍ମୁକାଶ୍ମୀରରେ ଜରୁରୀକାଳୀନ ପରିସ୍ଥିତି, ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଓଡ଼ିଶାକୁ ଫେରେଇଆଣିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ

ଭୁବନେଶ୍ୱର:  ଜାମ୍ମୁକାଶ୍ମୀରରେ ଦେଖାଯାଇଥିବା ଜରୁରୀକାଳୀନ ପରିସ୍ଥିତି ପରିପ୍ରେକ୍ଷୀରେ ଜାମ୍ମୁ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯିବାପରେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶାକୁ ଫେରେଇଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।

ଓଡ଼ିଶା ସରକାରଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଜାମ୍ମୁରେ ଅଧ୍ୟୟନରତ ମୋଟ୍ ୧୧୪ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ଫେରେଇ ଆଣିବାକୁ ବ୍ୟବସ୍ଥା କରାଯାଇଛି।

- Advertisement -

ଓଡ଼ିଆ ଛାତ୍ରଛାତ୍ରୀମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ୪ଜଣ ବରିଷ୍ଠ ଅଧିକାରୀ ଓ ୧୬ଜଣ ସହଯୋଗୀ କର୍ମଚାରୀ ଏବଂ ଓଡ଼ିଶା ସରକାରଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ଛାତ୍ରଛାତ୍ରୀମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଦାୟିତ୍ୱରେ ନିୟୋଜିତ କରାଯାଇଛି। ସମ୍ପୃକ୍ତ ଅଧିକାରୀମାନେ ଏହି କାର୍ଯ୍ୟର ତଦାରଖ (ମନିଟରିଙ୍ଗ) କରୁଛନ୍ତି। ଆସନ୍ତାକାଲି ସୁଦ୍ଧା ଓଡ଼ିଆ ଛାତ୍ରଛାତ୍ରୀମାନେ ଯେପରି ଓଡ଼ିଶାରେ ସୁରକ୍ଷିତ ଭାବରେ ପହଂଚିପାରିବେ ତାହା ଲକ୍ଷ୍ୟ ରଖାଯାଇଛି।

ଓଡ଼ିଆ ଛାତ୍ରଛାତ୍ରୀମାନଙ୍କର ସୁବିଧା ନିମନ୍ତେ ଓଡ଼ିଶା ସରକାରଙ୍କ ଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ନିବାସ, ନୂଆଦିଲ୍ଲୀ ଓ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।

ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ନମ୍ବର ମାଧ୍ୟମରେ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିପାରିବେ।

(କ) ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ କାର୍ଯ୍ୟକାରୀ ହୋଇଥିବା କଣ୍ଟ୍ରୋଲ ରୁମ୍ (ଯୋଗାଯୋଗ- ୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧)

(ଖ) ଭୁବନେଶ୍ୱରର ସଂସ୍କୃତି ଭବନ ଠାରେ କାର୍ଯ୍ୟକାରୀ କରାଯାଇଥିବା କଣ୍ଟ୍ରୋଲ ରୁମ୍ (ଯୋଗାଯୋଗ-୦୬୭୪-୨୪୩୧୯୪୫, ୯୫୮୩୩୨୧୯୬୪)

ଏହି ଜରୁରୀକାଳୀନ ପରିସ୍ଥିତିରେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହିତ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ଯୋଗାଇଦେବା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ଏଥିସହିତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ବ୍ୟସ୍ତ ବିବ୍ରତ ନହୋଇ ତୁରନ୍ତ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories