www.samajalive.in
Saturday, December 6, 2025
14.1 C
Bhubaneswar

ବିରଳ ରୋଗରେ ପୀଡ଼ିତ ଅଲ୍‌କା ୟାଗ୍ନିକ, ସାମାଜିକ ଗଣମାଧ୍ୟମରେ ନିଜେ ଦେଲେ ସୂଚନା

ମୁମ୍ବଇ: ପ୍ରସିଦ୍ଧ ଗାୟିକା ଅଲ୍‌କା ୟାଗ୍ନିକ ବିରଳ ସ୍ଵାସ୍ଥ୍ୟ ସମସ୍ୟାରେ ପୀଡ଼ିତ। ପ୍ରାୟ ୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ନିଜ ଗୀତ ଜରିଆରେ ଲୋକଙ୍କ ମନୋରଞ୍ଜନ କରି ଆସୁଥିବା ଅଲ୍‌କା ୟାଗ୍ନିକ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ଏନେଇ ସୂଚନା ଦେଇଛନ୍ତି।

ଏକ ପୋଷ୍ଟରେ ଅଲ୍‌କା ଲେଖିଛନ୍ତି ଯେ, ସେ ଏକ ବିରଳ ଶାରୀରିକ ସମସ୍ୟାର ଶିକାର ହୋଇଛନ୍ତି, ଯାହା ତାଙ୍କ ଶ୍ରବଣ ଶକ୍ତିକୁ ପ୍ରଭାବିତ କରିଛି। ଡାକ୍ତରଙ୍କ ମୁତାବକ, ଏକ ସଂକ୍ରମଣ କାରଣରୁ ତାଙ୍କଠାରେ ଏହି ସମସ୍ୟା ଦେଖାଦେଇଛି। ସେ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି।

 

View this post on Instagram

 

A post shared by Alka Yagnik (@therealalkayagnik)

- Advertisement -


ନିଜ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇ ଅଲ୍‌କା ଲେଖିଛନ୍ତି, କିଛି ସପ୍ତାହ ପୂର୍ବରୁ ଏକ ବିମାନରୁ ଓହ୍ଲାଇବା ପରେ ହଠାତ୍ ତାଙ୍କ ଶ୍ରବଣ ଶକ୍ତି କମିଯାଇଥିବା ସେ ଅନୁଭବ କଲେ। ଆହୁରି କହିଛନ୍ତି ଯେ, କିଛି ସପ୍ତାହ ଧରି ଏହାକୁ ସ୍ଵୀକାର କରିବାକୁ ସାହସ ଜୁଟାଇବା ପରେ ସେ ବର୍ତ୍ତମାନ ଲୋକମାନଙ୍କୁ ଏ ବିଷୟରେ ଜଣାଇବାକୁ ଚାହୁଁଛନ୍ତି, ଯେଉଁମାନେ କିଛିଦିନ ଧରି ତାଙ୍କ ଅନୁପସ୍ଥିତିକୁ ନେଇ ଚିନ୍ତିତ ଥିଲେ। ସେ ଲୋକମାନଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ସେ ଉଚ୍ଚ ସ୍ୱର ଏବଂ ହେଡଫୋନର ଅତ୍ୟଧିକ ବ୍ୟବହାର ବିଷୟରେ ଲୋକଙ୍କୁ ସଚେତନ ମଧ୍ୟ କରିଛନ୍ତି।

ଅଲ୍‌କା ୟାଗ୍ନିକଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ପାଇବା ମାତ୍ରେ ପ୍ରଶଂସକଙ୍କ ସମେତ ଅନେକ ତାରକା ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories