www.samajalive.in
Saturday, December 6, 2025
26.1 C
Bhubaneswar

ମଦ ମୃତ୍ୟୁର ଆରଡିସି ତଦନ୍ତ ହେବ: ଅବକାରୀ ମନ୍ତ୍ରୀ

ବ୍ରହ୍ମପୁର/ଚିକିଟି : ମଦ ମୃତ୍ୟୁର ଆରଡିସି ତଦନ୍ତ ହେବ। ଏ ନେଇ ସୂଚନା ଦେଇଛନ୍ତି  ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆହୁରି ମଧ୍ୟ ସେ କହିଛନ୍ତି ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ ଆସିବ। ଚୋରା ମଦ ବନ୍ଦ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।  ଗତ ୨୦ ତାରିଖରୁ ରାଜ୍ୟସାରା ଏ ବାବଦରେ ରେଡ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୧୭ଟି ବେଆଇନ ମଦ ଭାଟି ଉପରେ ଚଢାଉ କରାଯାଇଛି। ଏପର୍ଯ୍ୟନ୍ତ ୧୧୭ ଜଣଙ୍କୁ ଗିରଫ କରାଗଲାଣି। ବିଭିନ୍ନ ସ୍ଥାନରେ ପୋଚ ଆଦିକୁ ନଷ୍ଟ କରାଯାଉଛି। ପରବର୍ତ୍ତୀ ସମୟରେ ବେଆଇନ ଭାଟି ଗୁଡିକୁ ବୁଲଡୋଜର ସାହାର୍ଯ୍ୟରେ ଭଙ୍ଗାଯିବ। କୌଣସି ବେଆଇନ ମଦ ଭାଟି ରହିବନାହିଁ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ। ସେପଟେ ମଦ ମୃତ୍ୟୁ ଘଟଣା ପରେ ଦୁଇ ଅଧିକାରୀଙ୍କୁ ବଦଳି କରାଯାଇଛି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତିଙ୍କୁ କୋରାପୁଟକୁ ବଦଳି କରାଯାଇଥିବାବେଳେ ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି। ବୁଧବାର ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ନିଲମ୍ବିତ ହୋଇଛନ୍ତି। ଅନ୍ୟପଟେ ଅପମିଶ୍ରିତ ମଦ ଦୁଇ ଜଣଙ୍କ ଜୀବନ ନେଇଛି। ଜିଲାର ଚିକିଟି ବ୍ଲକ ଜେନାପୁରରେ ଅପମିଶ୍ରିତ ମଦ୍ୟପାନ କରି ଗୁରୁତର ହେବା ପରେ ଏ‌ମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ୧୪ ଜଣଙ୍କ ମଧ୍ୟରୁ ବୁଧବାର ୨ ଜଣଙ୍କ ମୃତ୍ୟୁ ହୋଇଛି।  ମୃତକ ହେଉଛନ୍ତି ଜେନାପୁରର ଜୁର ବେହେରା ଓ ଲୋକନାଥ ବେହେରା । ଦୁଇ ଜଣଙ୍କ ମୃତ୍ୟୁ ପରେ ସମ୍ପୃକ୍ତ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories