www.samajalive.in
Friday, December 12, 2025
16.1 C
Bhubaneswar

ଧଳା ହରିଣର ଭିଡିଓ ଭାଇରାଲ, ଲୋକେ କହିଲେ ଏମିତି..

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି । ଜଣେ ମହିଳା କାରରେ ବୁଲିବାକୁ ଯାଇଥିବାବେଳେ ଜଙ୍ଗଲରେ ଏକ ବିରଳ ଏଲ୍ବିନୋ ହରିଣକୁ ଦେଖିଛନ୍ତି । ଏହି ଦୃଶ୍ୟକୁ ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ଭିଡିଓଟି ଭାଇରାଲ ହୋଇଯାଇଛି । ସମସ୍ତେ ଏହି ହରିଣକୁ ଦେଖି ଚକିତ ହେଉଛନ୍ତି । ତେବେ ଏହି ଦୃଶ୍ୟଟି କେଉଁ ସ୍ଥାନର ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରିନି । ଭିଡିଓଟି ପ୍ରଥମେ ଟିକଟକ୍ ଓ ପରେ ଏକ୍ସରେ ସେୟାର ହୋଇଛି ।

ମହିଳାଜଣକ କ୍ୟାପ୍ସନରେ ଅବିଶ୍ୟସନୀୟ ବୋଲି ଲେଖିଛନ୍ତି । ଭିଡିଓ ଦେଖି ୟୁଜର୍ସ ପ୍ରଥମେ ନିଜ ଆଖିକୁ ବିଶ୍ବାସ କରିପାରୁନଥିବା ପ୍ରତିକ୍ରିୟା ଦେଇଛନ୍ତି । ସମସ୍ତେ ଏହାକୁ ବରଫରେ ପ୍ରସ୍ତୁତ ହରିଣ ବୋଲି କହୁଛନ୍ତି । ତେବେ ହରିଣଟି ଚଳପ୍ରଚଳ କରିବା ପରେ ହିଁ ଏହା ଏକ ପ୍ରକୃତ ହରିଣ ବୋଲି ଜଣାପଡୁଛି । ସମସ୍ତେ ପ୍ରତିକ୍ରିୟା ରଖି ଅତି ସୁନ୍ଦର ଜୀବ ବୋଲି କହୁଛନ୍ତି ।

- Advertisement -

ଏଲ୍ବିନୋ ହରିଣ ଏକ ବିରଳ ଜୀବ । ପ୍ରତି ଲକ୍ଷେ ହରିଣରେ ଗୋଟିଏ  ଏଲବିନୋ ହରିଣ ଥାଏ । ଏହା ନିଜ ରଙ୍ଗ ପାଇଁ ଅନ୍ୟ ହରିଣଠୁ ଭିନ୍ନ ହୋଇଥାଏ । ଏହାର ମେଲାନିନ୍ କମ୍ ଥିବାରୁ ଏହାର ରଙ୍ଗ ଧଳା ହୋଇଥାଏ । ଏହାକୁ ନେଇ ଅନେକ ଲୋକକଥା ମଧ୍ୟ ଶୁଣିବାକୁ ମିଳିଥାଏ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories