ଡେସ୍କ: ଚଳିତ ମାସ ୧୮ରୁ ହେବ ୨୦୨୫ର ଯୁକ୍ତ ଦୁଇ ପରୀକ୍ଷା। ଏ ନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡା। ସେ କହିଛନ୍ତି, ମାର୍ଚ୍ଚ ୨୭ ଯାଏଁ ୧୨୭୬ଟି କେନ୍ଦ୍ରରେ ପରୀକ୍ଷା ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଥର ଯୁକ୍ତ ଦୁଇ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ। ମୋଟ ୨୨ଟି ସିଟିଙ୍ଗରେ ପରୀକ୍ଷା କରାଯିବ। ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ପରୀକ୍ଷା କେନ୍ଦ୍ର ହୋଇଥିବା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିସି ଟିଭି ବ୍ୟବସ୍ଥା ହୋଇଥିବା ପରିଷଦ କର୍ତୃପକ୍ଷ ସୂଚନା ଦେଇଛନ୍ତି। ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳ ପ୍ରକାଶ ପାଇବ।
ସୂଚନା ଅନୁଯାୟୀ, ଦିବ୍ୟାଙ୍ଗ ମାନଙ୍କୁ ପରୀକ୍ଷା ସମୟରେ ଅଧିକ ୨୦ ମିନିଟ ସମୟ ଦିଆଯିବ ବୋଲି ପରିଷଦ କର୍ତୃପକ୍ଷ କହିଛନ୍ତି। ଚଳିତ ଥର ପରୀକ୍ଷା ସମୟରେ କପି ରୋକିବା ପାଇଁ ପଞ୍ଚସ୍ଥରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି।



