ମୃତ ପ୍ରାୟ ଅଳକା ନଦୀର ପୁନର୍ଦ୍ଧାର ପାଇଁ ପ୍ରୟାସ ଆରମ୍ଭ

0

ଭୁବନେଶ୍ୱର: ଜଗତସିଂପୁର ଦେଇ ବହି ଯାଇଥିବା ଅଳକା ନଦୀ ଏବେ ମୃତ ପ୍ରାୟ । ମାତ୍ର ଏହାକ ପୁନଃ ଉଦ୍ଧାର ପାଇଁ ଚେଷ୍ଟା ଆରମ୍ଭ ହୋଇଥିଲା । ସ୍ଥାନୀୟ ଜନ ସାଧାରଣ ଏଥି ପାଇଁ ଅଣ୍ଟା ଭିଡିଥିଲେ । ଏହି ନଦୀର ପୁନର୍ଦ୍ଧାର ପାଇଁ କେନ୍ଦ୍ରୀୟ ଅନ୍ତର୍ଦେଶୀୟ ମତ୍ସିକ ଅନୁସନ୍ଧାନ ସଂସ୍ଥାନର ଏକ ବିଶେଷଜ୍ଞ ପ୍ରତିନିଧି ମଣ୍ଡଳୀ ଜଗତସିଂପୁର ଗସ୍ତ କରିଛନ୍ତି । ପ୍ରାୟ ଏକ ସପ୍ତାହ ଧରି ଏମାନେ ନଦୀର ବିଭଇନ୍ନ ସ୍ଥାନ ବୁଲି ଦେଖିବେ । କିପରି ଏହି ନଦୀର ପୁନର୍ଦ୍ଧାର କରାଯାଇ ପାରିବ ଓ ମାଛ ଚାଷ କରାଯାଇ ପାରିବ ସେ ବିଷୟରେ ଏମାନେ ଅନୁଧ୍ୟାନ କରିବେ ।

prayash

ଲୋକଙ୍କ ଯୋଗୁଁ ଏହି ନଦୀ ମୃତ ପ୍ରାୟ ହୋଇଯାଇଛି । ଅନେକ ସ୍ଥାନରେ ଲୋକମାନେ ଏହାକୁ ଜବର ଦଖଲ କରିଛନ୍ତି । ଏଥିଯୋଗୁଁ ନବୀର ପ୍ରାକୃତିକ ଗତି ପଥ ବଦଳିଛି । ଅନେକ ସ୍ଥାନରେ ନଦୀଟି ନାଳ ଅବସ୍ଥାକୁ ଚାଲି ଆସିଛି । ଏହି ନଦୀ ଉପରେ ବିରିଡି, ଜଗତସିଂପୁର , ନୂଆ ଗାଁ , ବାଲିକୁଦା ଓ ଏରସମା ବ୍ଲକର ଅନେକ ଗ୍ରାମ ନିର୍ଭରଶୀଳ । ଏହି ନଦୀ ବିରିଡି ବ୍ଲକର ବୀରବାର ପାଟଣାରେ କାଠଯୋଡିରୁ ବାହାରିଛି । ଏହି ନଦୀପ ପୁନର୍ଦ୍ଧାର କରାଯାଇ ପାରିଲେ ଚାଷ ପାଇଁ ଜଳ ସେଚନର ସୁବିଧା ହୋଇ ପାରିବ ।

କେନ୍ଦ୍ରୀୟ ଅନ୍ତର୍ଦେଶୀୟ ମତ୍ସିକ ଅନୁସନ୍ଧାନ ସଂସ୍ଥାନ ବିଶେଷଜ୍ଞମାନେ ଅନଧ୍ୟାନ ପରେ ନିଜର ରିପୋର୍ଟକୁ କେନ୍ଦ୍ର କୃଷି ମନ୍ତ୍ରାଳୟକୁ ପ୍ରଦାନ କରିବେ ।

Leave A Reply