www.samajalive.in
Saturday, December 6, 2025
16.1 C
Bhubaneswar

୨ ସନ୍ଦିଗ୍ଧ ଅଲକାଏଦା ଆତଙ୍କୀ ଗିରଫ; ପ୍ରେସର ବୋମା ଓ ଅସ୍ତ୍ରଶସ୍ତ୍ର ଜବତ

ଲକ୍ଷ୍ନୌ: ଲକ୍ଷ୍ନୌରେ ୟୁପି ଏଟିଏସକୁ ମିଳିଛି ବଡ଼ ସଫଳତା। ରବିବାର ୨ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍। ଗିରଫ ଦୁଇ ସନ୍ଦିଗ୍ଧ ଆତଙ୍କୀ ସଙ୍ଗଠନ ଅଲକାଏଦା ସହ ଜଡ଼ିତ ବୋଲି କୁହାଯାଉଛି। ଲକ୍ଷ୍ନୌର କାକୋରୀ ଅଞ୍ଚଳରୁ ଏହି ଦୁଇ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ପ୍ରେସର କୁକର ବୋମା, ଅସ୍ତ୍ରଶସ୍ତ୍ର, ଗୁଳାବାରୁଦ ଓ କାଗଜପତ୍ର ଜବତ କରାଯାଇଛି। କୌଣସି ଏକ ବଡ ଧରଣର ଆକ୍ରମଣ ପାଇଁ ଏ ଦୁଇ ବ୍ୟକ୍ତି ଷଢ଼ଯନ୍ତ୍ର କରୁଥିବା ସନ୍ଦେହ କରାଯାଉଛି। ଗିରଫ ଦୁଇ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣଙ୍କ ନାମ ସାହିଦ ବୋଲି ଜଣାପଡିଛି। ସେ ମଲିହାବାଦର ବାସିନ୍ଦା।

ଅପରପକ୍ଷରେ ଆହୁରି କିଛି ସନ୍ଦିଗ୍ଧ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଥିବା ନେଇ ଆଶଙ୍କା ରହିଛି। ଏଥିପାଇଁ ଏଟିଏସ୍ ସର୍ଚ୍ଚ ଅପରେସନ୍ ଜାରି ରଖିଛି। ବମ୍ ସ୍କ୍ୱାଡ଼କୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories