www.samajalive.in
Monday, December 15, 2025
26.1 C
Bhubaneswar

ଅକ୍ଷୟ ତୃତୀୟାରେ ପାଳନ କରନ୍ତୁ କିଛି ବିଶେଷ ଉପାୟ

ପ୍ରତ୍ୟେକ ବର୍ଷ ବୈଶାଖ ମାସ ଶୁକ୍ଳପକ୍ଷର ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଇଥାଏ। ଧାର୍ମିକ ମାନ୍ୟତାନୁଯାୟୀ, ଏହିଦିନ ସୁନା କିଣିବା ଖୁବ ଶୁଭଙ୍କର। କିଣାକିଣି ସହ ଦାନଧର୍ମର ମଧ୍ୟ ମହତ୍ତ୍ୱ ରହିଛି। ଆଜିର ଦିନରେ ଦାନ କରିବା ଦ୍ୱାରା ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ଅକ୍ଷୟ ତୃତୀୟା ଦିନ ମାଙ୍ଗଳିକ କାର୍ଯ୍ୟ ମଧ୍ୟ କରାଯାଇଥାଏ। ତେବେ ଜାଣନ୍ତୁ ରାଶି ଅନୁଯାୟୀ ଆଜି କେଉଁ ଜିନିଷ ଦାନ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହେବା ସହ ଧନସମ୍ପତ୍ତି ବୃଦ୍ଧି ଓ କର୍ମକ୍ଷେତ୍ରରେ ସଫଳତା ମିଳିଥାଏ…….
ମେଷ – ଏହି ରାଶିର ବ୍ୟକ୍ତି ବିଶେଷ ଲାଲ ରଙ୍ଗର କପଡାରେ ଲଡୁ ରଖି ଦାନ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ବୃଷ – ଏହି ରାଶିର ବ୍ୟକ୍ତି ବିଶେଷ ଅକ୍ଷୟ ତୃତୀୟାରେ କଳସରେ ଜଳ ଭରି ଦାନ କରିବା ଉଚିତ। ଏହାଦ୍ୱାରା ବିଭିନ୍ନ ଗ୍ରହ ଦୋଷର ପ୍ରଭାବ କମ ହୋଇଥାଏ। ଆର୍ଥିକ କ୍ଷେତ୍ରରେ ଲାଭ ହୋଇଥାଏ।
ମଥୁନ – ଏହି ରାଶିର ବ୍ୟକ୍ତି ବିଶେଷ ମୁଗ ଡାଲି ଦାନ କରନ୍ତୁ। ଏହା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ପାଇବା ସହ ଘରେ ଧନର ଆଗମନ ହୋଇଥାଏ।
କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷ ଚାନ୍ଦିରେ ମୋତି ଧାରଣ କରିବା ଉଚିତ। ଏହାଦ୍ୱାରା ଚନ୍ଦ୍ରମାଙ୍କ ଉତ୍ତମଫଳ ପ୍ରାପ୍ତି ହେବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।
ସିଂହ – ଏହି ରାଶିର ବ୍ୟକ୍ତି ବିଶେଷ ସକାଳେ ଉଠି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଉଚିତ। ଗୁଡ ଦାନ କରିବା ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ।
କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ପଣ୍ଡିତଙ୍କ ପରାମର୍ଶରେ ରତ୍ନ ଧାରଣ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହେବ।
ତୁଳା – ଏହି ରାଶିର ବ୍ୟକ୍ତି ବିଶେଷ ଧଳା ରଙ୍ଗର ବସ୍ତ୍ର ଦାନ କରିବା ଉଚିତ। ଏହାଦ୍ୱାରା ଘରେ ସୁଖସମୃଦ୍ଧି ଆସିଥାଏ।
ବିଛା – ଏହି ରାଶିର ବ୍ୟକ୍ତି ବିଶେଷ ପଣ୍ଡିତଙ୍କ ପରାମର୍ଶରେ ରତ୍ନ ଧାରଣ କରିବା ଦ୍ୱାରା ଧନ ଲାଭ ସହ ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ।
ଧନୁ – ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ ରଙ୍ଗର ବସ୍ତ୍ରରେ ହଳଦୀ ରଖି ପୂଜା ସ୍ଥାନରେ ରଖନ୍ତୁ। ହଳଦିଆ ରଙ୍ଗର ଜିନିଷ ଦାନ କରନ୍ତୁ। ଏହାଦ୍ୱାରା ଘରେ ସୁଖଶାନ୍ତିର ଆଗମନ ହୋଇଥାଏ।
ମକର – ଏହି ରାଶିର ବ୍ୟକ୍ତି ବିଶେଷ ଏକ ପାତ୍ରରେ ରାଶି ତେଲ ନେଇ ଘରର ପୂର୍ବ ଦିଗରେ ରଖନ୍ତୁ।
କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷ କଳା ରାଶି, ନଡିଆ ଓ ଲୁହା ଦାନ କରନ୍ତୁ। ଏହାଦ୍ୱାରା ଅଟକି ରହିଥିବା କାର୍ଯ୍ୟରେ ସଫଳତା ମିଳିଥାଏ।
ମୀନ – ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ ବସ୍ତ୍ରରେ ଫୁଲ ବାନ୍ଧି ଉତ୍ତର-ପୂର୍ବ ଦିଗରେ ରଖନ୍ତୁ। ଏହାଦ୍ୱାରା ଘରେ ସୁଖସମୃଦ୍ଧି ଆସିଥାଏ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories