www.samajalive.in
Saturday, December 6, 2025
26.1 C
Bhubaneswar

ଦେଶବାସୀଙ୍କ ସହାୟତା ପାଇଁ ପୁଣି ଆଗେଇ ଆସିଲେ ଅକ୍ଷୟ; ବିହାର ଓ ଆସାମ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେବେ ୧ କୋଟି ଲେଖାଏଁ

ମୁମ୍ବଇ: ପୁଣି ଥରେ ଦେଶର ଜନତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବଲିଉଡ଼ ଅଭିନେତା ଅକ୍ଷୟ କୁମାର । ଏଥର ସେ ବନ୍ୟା ପ୍ରଭାବିତ ରାଜ୍ୟ ବିହାର ଓ ଆସାମକୁ ଆର୍ଥିକ ସହାୟତା କରିବେ । ଅକ୍ଷୟ ବିହାର ଓ ଆସାମର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ଲେଖାଏଁ ଦାନ କରିବାକୁ ସ୍ଥିର କରିଛନ୍ତି । ଯଦ୍ୱାରା ବନ୍ୟାରେ ହୋଇଥିବା କ୍ଷତିକୁ ପୂରଣ କରିବାରେ ସେମାନଙ୍କୁ କିଛିଟା ସାହାଯ୍ୟ ମିଳିପାରିବ ।
ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚ ମାସରେ ଓଡ଼ିଶାରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପୀଡ଼ିତଙ୍କ ସହାୟତା ପାଇଁ ଅକ୍ଷୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଥିଲେ । ଜୁଲାଇରେ ଆସାମ ବନ୍ୟା ପୀଡ଼ିତଙ୍କ ସହାୟତାପୂର୍ବକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଓ କାଜିରଙ୍ଗା ପାର୍କ ଉଦ୍ଧାର ପାଇଁ ୧-୧ କୋଟି ଲେଖାଏଁ ଦାନ କରିଥିଲେ ।
ପରେ ଅକ୍ଟୋବରରେ ସେ ବିହାର ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୨୫ ପରିବାରଙ୍କ ପୁନରୁଦ୍ଧାର ପାଇଁ ୧ କୋଟି ଟଙ୍କା ଦାନ କରିଥିଲେ । ୨୦୧୮ରେ ମଧ୍ୟ ସେ ବନ୍ୟା ପ୍ରଭାବିତ କେରଳବାସୀଙ୍କ ସହାୟତା ପାଇଁ ଆର୍ଥିକ ସହାୟତା କରିଥିଲେ ।
ଏହାବ୍ୟତୀତ ଗତ କିଛିଦିନ ତଳେ ସେ କୋଭିଡ଼୍‌-୧୯ ସଙ୍କଟର ମୁକାବିଲା ପାଇଁ ପିିଏମ୍ କେୟାର୍ସ ଫଣ୍ଡକୁ ୨୫ କୋଟି ଟଙ୍କା ଦାନ କରିଥିଲେ ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories