www.samajalive.in
Saturday, December 6, 2025
19.1 C
Bhubaneswar

ଛତିଶଗଡ଼ରେ କଂଗ୍ରେସଙ୍କୁ ମାୟାବତୀଙ୍କ ଝଟକା, ଅଜିତ ଯୋଗୀଙ୍କ ସହ କଲେ ମେଣ୍ଟ

ନୂଆଦିଲ୍ଲୀ : ଛତିଶଗଡ଼ରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବିଏସ୍‍ପି) ଓ ଅଜିତ ଯୋଗୀଙ୍କ ଜନତା କଂଗ୍ରେସ ମଧ୍ୟରେ ନିର୍ବାଚନୀ ମେଣ୍ଟ ହେବ ବୋଲି ଉଭୟ ଗୁରୁବାର ଏକ ମିଳିତ ସାମ୍ବାଦିକ ସମ୍ମିଳନୀର ଘୋଷଣା କରିଛନ୍ତି। ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ବିଏସ୍‍ପି ୩୫ ଓ ଜନତା କଂଗ୍ରେସ ୫୫ଟି ଆସନରେ ପ୍ରାର୍ଥୀ ଦେବେ ବୋଲି ନିଷ୍ପତ୍ତି ହୋଇଥିବା ମାୟାବତୀ କହିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି; ଏହି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଅଜିତ ଯୋଗୀଙ୍କୁ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ସମ୍ମାନଜନକ ଆସନ ଭାଗବଣ୍ଟା ହେଲେ ଯେ କୌଣସି ଦଳ ସହିତ ମେଣ୍ଟ କରିବାକୁ ବିଏସ୍‍ପି ପ୍ରସ୍ତୁତ ଥିବା ଗତ ସପ୍ତାହରେ ମାୟାବତୀ ସୂଚନା ଦେଇଥିଲେ।
ଛତିଶଗଡ଼ ନିର୍ବାଚନରେ ଦଳିତ ମତଦାତାଙ୍କ ପ୍ରଭାବ ବେଶ୍‍ ଉପଲବ୍ଧ ହୋଇଥାଏ। ରାଜ୍ୟରେ ଏମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୧.୬ ପ୍ରତିଶତ ହୋଇଥିଲାବେଳେ ଜାଞ୍ଜଗିର, ଚାମ୍ପା, ରାଇଗଡ଼ ଓ ବସ୍ତର ଅଞ୍ଚଳରେ ଦଳିତ ମତଦାତାଙ୍କ ସଂଖ୍ୟା ଅଧିକ। ସେ ଦୃଷ୍ଟିରୁ ମେଣ୍ଟ ସଫଳ ହେବ ବୋଲି ମାୟାବତୀ-ଯୋଗୀ ଆଶା ବାନ୍ଧିଛନ୍ତି। ବିଏସ୍‍ପି-ଜନତା କଂଗ୍ରେସ ମେଣ୍ଟ ୧୫ବର୍ଷର ରମଣ ସିଂହ ସରକାରକୁ ହଟାଇବାକୁ ସକ୍ଷମ ବୋଲି ମୟାବତୀ କହିଛନ୍ତି। ଏଥିପୂର୍ବରୁ ବିଏସ୍‍ପି ପଡ଼ୋଶୀ ମଧ୍ୟପ୍ରଦେଶରେ କଂଗ୍ରେସ ସହିତ ମେଣ୍ଟ ପାଇଁ ଆଲୋଚନା ଜାରି ରଖିଥିବାବେଳେ ୨୨ଜଣିଆ ପ୍ରାର୍ôଥତାଲିକା ଘୋଷଣା କରିଛି। ତେବେ ଛତିଶଗଡ଼ ସଂକାନ୍ତରେ ମାୟାବତୀଙ୍କ ଗୁରୁବାରର ନିଷ୍ପତ୍ତି କଂଗ୍ରେସର ବିଜେପି ବିରୋଧୀ ମହାମେଣ୍ଟ ଯୋଜନାକୁ ଧକ୍କା ଦେଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories