www.samajalive.in
Sunday, December 7, 2025
23.1 C
Bhubaneswar

ପାକିସ୍ତାନର ଆଉ ଏକ ବଦମାସି; ଏସସିଓ ବୈଠକ ଅଧାରୁ ଉଠିଆସିଲେ ଡୋଭାଲ

ନୂଆଦିଲ୍ଲୀ : ପାକିସ୍ତାନର ଆଉ ଏକ ବଦମାସି ଯୋଗୁଁ ରୁଷ୍‌ ଦ୍ବାରା ଆୟୋଜିତ ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ସଦସ୍ୟ ରାଷ୍ଟ୍ରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକର ଅଧାରୁ ଉଠିଆସିଲା ଭାରତ। ପାକିସ୍ତାନ ଏସସିଓ ବୈଠକର ନୀତି ଓ ନିୟମକୁ ଗୁରୁତର ଉଲ୍ଲଙ୍ଘନ କରିଥିବା ଭାରତ ଅଭିଯୋଗ ଦର୍ଶାଇଛି। ରୁଷ୍‌ର ନିମନ୍ତ୍ରଣ କ୍ରମେ ଭାରତ ଏହି ଭର୍ଚୁଆଲ ବୈଠକରେ ଯୋଗ ଦେଇଥିଲା। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଭାରତର ପ୍ରତିନିଧିତ୍ବ କରୁଥିଲେ। ତେବେ ବୈଠକ ଆରମ୍ଭ ହେବା କ୍ଷଣି ପାକିସ୍ତାନ ପ୍ରତିପକ୍ଷ ବସିଥିବା ଆସନ ପଛପଟେ ଲଗାଯାଇଥିବା ଏକ ବ୍ୟାନର୍‌ରେ ପାକିସ୍ତାନ ତ୍ରୁଟିପୂର୍ଣ୍ଣ ମାନଚିତ୍ର ଲଗାଇଥିଲା। ଏଥିରେ ଭାରତର ଭୂଖଣ୍ଡ କାଶ୍ମୀରକୁ ପାକିସ୍ତାନ ନିଜର ଅଞ୍ଚଳ ଦର୍ଶାଇ ଏହି ମାନଚିତ୍ରରେ ସ୍ଥାନ ଦେଇଥିବାରୁ ଶ୍ରୀ ଡୋଭାଲ ଏହାର ତୀବ୍ର ବିରୋଧ କରିଥିଲେ। ବ୍ୟାକ୍‌ଡ୍ରପ୍(ପରଦା ପଛ)ରୁ ଏହି ତ୍ରୁଟିପୂର୍ଣ୍ଣ ମାନଚିତ୍ରକୁ ତୁରନ୍ତ ଅପସାରଣ କରିବା ଲାଗି ସେ ଦୃଢ ଦାବି କରିଥିଲେ। ରୁଷ୍‌ ପକ୍ଷରୁ ମଧ୍ୟ ବାରମ୍ବାର ଏନେଇ ପାକିସ୍ତାନ ପ୍ରତିପକ୍ଷଙ୍କୁ କୁହାଯାଇଥିଲା; ମାତ୍ର ପାକିସ୍ତାନ ଏହାକୁ ନଶୁଣିବା ଭଳି ମନୋଭାବ ପ୍ରଦର୍ଶନ କରିବାରୁ ଭାରତ ଉକ୍ତ ବୈଠକ ଅଧାରୁ ଉଠିଆସିଥିବା ଭାରତୀୟ ବିଦେଶ ବ୍ୟାପାର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଏସିସିଓ ବୈଠକରେ ଏଭଳି ତ୍ରୁଟିପୂର୍ଣ୍ଣ ମାନଚିତ୍ର ଲଗାଇ ପାକିସ୍ତାନ ବୈଠକର ନିୟମାବଳୀକୁ ଉଲ୍ଲଙ୍ଘନ କରିଥିବା ଭାରତ ପକ୍ଷରୁ ବୈଠକର ଆୟୋଜକ ତଥା ଅଧ୍ୟକ୍ଷ ରୁଷ୍‌ ପ୍ରତିପକ୍ଷଙ୍କ ଆଗରେ କଠୋର ଆପତ୍ତି କରିଛି।
ସୂଚନାଯୋଗ୍ୟ, କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ ଏସିସିଓ ଚାର୍ଟର ଅନୁଯାୟୀ, ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ପରସ୍ପରର ସାର୍ବଭୌମତ୍ବକୁ ସମ୍ମାନ ଦେବା ନିୟମ ରହିଛି। ମାତ୍ର ପାକିସ୍ତାନ ଏହାର ବିରୋଧାଚରଣ କରିଥିବାରୁ ରୁଷ୍‌ ପ୍ରତିପକ୍ଷ ନିକୋଲାଇ ପାଟ୍ରୁସେଭ୍‌ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପାକିସ୍ତାନର ଏଭଳି ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟକୁ ସେ କଠୋର ନିନ୍ଦା କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories