www.samajalive.in
Monday, December 15, 2025
26.1 C
Bhubaneswar

୨ ଜିବି ଡାଟା ସାଙ୍ଗକୁ ଦେଢ଼ ମାସ ଅସୀମିତ କଲ୍‌‌ ମାତ୍ର ଏତିକି ଟଙ୍କାରେ

ସମାଜ ଡିଜିଟାଲ ଡେସ୍କ: ଟେଲିକମ କମ୍ପାନୀ ଏୟାରଟେଲ ପକ୍ଷରୁ ଏକ ନୂଆ ପ୍ଲାନ ଜାରି କରାଯାଇଛି। ଏହା ପୂର୍ବ ପ୍ଲାନଗୁଡ଼ିକ ତୁଳନାରେ ଶସ୍ତା ରହିଥିବାବେଳେ ଗ୍ରାହକଙ୍କୁ ବହୁତ ଆକୃଷ୍ଟ କରିବ ନିଶ୍ଚୟ। କାରଣ ବର୍ତ୍ତମାନ ୨୮ ଦିନ ଅସୀମିତ କଲିଂ ସାଙ୍ଗକୁ ଦୈନିକ ୧.୫ ଜିବି ଡାଟା ପାଇଁ ଉପଭୋକ୍ତାଙ୍କୁ ୨୩୯ ଟଙ୍କା ରିଜାର୍ଜ କରୁଥିବାବେଳେ ନୂଆ ପ୍ଲାନରେ କମ୍ପାନୀ ଏହାକୁ ଅଧିକ ଶସ୍ତା କରିଦେଇଛି। ଏଣିକି ୨୭୯ ଟଙ୍କା ରିଜାର୍ଜ କଲେ ଦୈନିକ ୨ ଜିବି ଡାଟା ସହିତ ଦେଢ଼ ମାସ ଅର୍ଥାତ ୪୫ ଦିନ ପର୍ଯ୍ୟନ୍ତ ଅନଲିମିଟେଡ କଲିଂ ସୁବିଧା ମିଳିବ।

ଏହାବ୍ୟତୀତ ଦେଢ଼ ମାସ ମଧ୍ୟରେ ଉପଭୋକ୍ତା ୬୦୦ ମାଗଣା ଏସଏମଏସ କରିପାରିବେ। ଏହି ପ୍ଲାନ ଅନୁସାରେ ଉପଭୋକ୍ତାଙ୍କୁ ଦୈନିକ ୬ ଟଙ୍କା ୨୦ ପଇସା ଖର୍ଚ୍ଚ କରିବାକୁ ପଡ଼ିବ। ସେହିପରି ଏହି ନୂଆ ପ୍ଲାନରେ ଥ୍ୟାଙ୍କ୍‌‌ସ ବେନିଫିଟ ମଧ୍ୟ ଦିଆଯାଉଛି। ମାଗଣା ହାଲୋ ଟ୍ୟୁନ୍‌‌, ୱିଙ୍କ ମ୍ୟୁଜିକ ସବସ୍କ୍ରିପସନ ଦିଆଯାଉଛି। ଯେଉଁମାନଙ୍କ ପାଇଁ ଦୈନିକ ୨ ଜିଡି ଡାଟା ପର୍ଯ୍ୟାପ୍ତ ସେମାନଙ୍କ ପାଇଁ ଏହି ପ୍ଲାନ ଲାଭଦାୟକ ହେବ ବୋଲି କୁହାଯାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories