MEllora 950×100

ଆଜିଠୁ ଏମ୍ସରେ ବହିର୍ବିଭାଗ ସେବା

ଭୁବନେଶ୍ବର : ଭୁବନେଶ୍ୱର ଏମ୍ସର ବହିର୍ବିଭାଗ (ଓପିଡି) ସେବା  ଆଜିଠାରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ସୋମବାରଠାରୁ ଦୈନିକ ଓପିଡି କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ୱାର୍ଡରେ ୪ ରୁ ୫ ଶଯ୍ୟା ମହଜୁଦ ରଖିବାକୁ ସମସ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି। ରୋଗୀଙ୍କର ନିୟମିତ ଯାଞ୍ଚ ଆଦି ସେବା ନିମନ୍ତେ ସ୍ବାସ୍ଥ୍ୟ ଆପ୍ ଏବଂ ଦୂରଭାଷ ଭେଷଜ (ଟେଲିମେଡିସିନ୍) ବ୍ୟବସ୍ଥା ଜାରି ରହିବ। କରୋନା ପ୍ରସୂତି କକ୍ଷ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ। କରୋନା ସ୍ଥିତିରେ ହଠାତ ବୃଦ୍ଧି ହେତୁ ଓପିଡି ସେବାକୁ ସାମୟିକ ସମୟ ପାଇଁ ବନ୍ଦ କରି ଦିଆଯାଇଥିଲା। ଏହି ସମୟ ମଧ୍ୟରେ ୧୨,୪୧୪ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯାଇଛି। ଟେଲିମେଡିସିନ୍ ଏବଂ ସ୍ବାସ୍ଥ୍ୟ ଆପ ମାଧ୍ୟମରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଇଛି। ଯେଉଁମାନେ ଶାରୀରିକ ପରାମର୍ଶ ଆବଶ୍ୟକ କରନ୍ତି ସେମାନଙ୍କୁ ଓପିଡିକୁ ଡକାଯାଇଛି।

Comments are closed.