www.samajalive.in
Saturday, December 13, 2025
23.1 C
Bhubaneswar

ଦୀର୍ଘ ଦିନର କଳ୍ପନା ଜଳ୍ପନା ପରେ ୭ଟି ପରୀକ୍ଷା ତାରିଖ ଘୋଷଣା କଲା ଏନ୍‌ଟିଏ

ନୂଆଦିଲ୍ଲୀ: ଜେଇଇ ମେନ୍ ଓ ନୀଟ୍ ୟୁଜି ପରୀକ୍ଷାକୁ ନେଇ ଦୀର୍ଘ ଦିନର କଳ୍ପନା ଜଳ୍ପନା ପରେ ଶେଷରେ ପରୀକ୍ଷା ପରିଚାଳନା କରୁଥିବା ନ୍ୟାସ୍‌ନାଲ ଟେଷ୍ଟିଂ ଏଜେନ୍ସି(ଜାତୀୟ ପରୀକ୍ଷା ଏଜେନ୍ସି) ବା ଏନ୍‌ଟିଏ ସ୍ପଷ୍ଟ କରିଛି ଯେ, ଏହି ପରୀକ୍ଷାଗୁଡ଼ିକ ସେମାନଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ହେବ। ଏହାସହିତ ୭ଟି ପରୀକ୍ଷାର ତାରିଖ ଘୋଷଣା କରାଯାଇଛି।

ଶୁକ୍ରବାର ଏନ୍‌ଟିଏ UGC- NET, IGNOU OPENMAT ଓ PhD, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଓ ICAR AIEEA ପରୀକ୍ଷା ସହିତ ଅନ୍ୟ ପରୀକ୍ଷାଗୁଡ଼ିକର ତାରିଖ ଘୋଷଣା କରିଛି। ଏହି ପରୀକ୍ଷାଗୁଡ଼ିକ ୬ ସେପ୍ଟେମ୍ବରରୁ ୪ ଅକ୍ଟୋବର ମଧ୍ୟରେ କରାଯିବ।

- Advertisement -

ସୂଚନାଯୋଗ୍ୟ, ପ୍ରଥମେ ଏହି ପରୀକ୍ଷାଗୁଡ଼ିକ ମେ’ ମାସରେ ହେବାର ଥିଲା। ଏହା ପୂର୍ବରୁ ଏଜେନ୍ସି JEE ଓ NEETର ପରୀକ୍ଷା ତାରିଖ ମଧ୍ୟ ଘେଷଣା କରିସାରିଛି। ଜେଇଇ ପରୀକ୍ଷା ୧ରୁ ୬ ସେପ୍ଟେମ୍ବର ଓ ନୀଟ୍ ୟୁଜି ୧୩ ସେପ୍ଟେମ୍ବରରେ ହେବ। ଏହାସହିତ ଏନ୍‌ଟିଏ ସାରା ଦେଶରେ ବ୍ୟାପିଥିବା ମହାମାରୀ କୋଭିଡ଼୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିର୍ଦ୍ଦେଶଗୁଡ଼ିକୁ ଧ୍ୟାନରେ ରଖି ପରୀକ୍ଷା କରାଯିବ। ଅଫିସିଆଲ ୱେବସାଇଟ୍ nta.ac.inରେ ପରୀକ୍ଷା ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ପାଇପାରିବେ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories