www.samajalive.in
Saturday, December 6, 2025
26.1 C
Bhubaneswar

୫୦୦ ଦିନ ଏକୁଟିଆ ଗୁମ୍ଫାରେ ରହିବା ପରେ ବାହରକୁ ବାହାରିଲେ ସ୍ପେନୀୟ ମହିଳା – କହିଲେ ଏହି କଥା

ମାଡ୍ରିଡ୍ – ସ୍ପେନ୍‌ର ଜଣେ ମହିଳା ପର୍ବତାରୋହଣ କରୁଥିବା ମହିଳା ୨୩୦ଫୁଟ୍‌ ଗଭୀର ଗୁମ୍ଫାରେ ୫୦୦ ଦିନ ରହିବା ପରେ ବାହାରକୁ ବାହାରିଛନ୍ତି । ଏହି ୫୦୦ ଦିନ ସେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଥିଲେ । ଗୁମ୍ଫା ଭିତରେ ତାଙ୍କର ଦୁଇଟି ଜନ୍ମଦିନ ବିତିଛି । ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ପୂର୍ବରୁ, ବ୍ରିଟେନ୍‌ର ରାଣୀ ଏଲିଜେବେଥ୍‌ ଦ୍ୱିତୀୟ ମୃତ୍ୟୁ ପୂର୍ବ ଏବଂ ସ୍ପେନ୍‌ରେ କୋଭିଡ୍‌ ପାଇଁ ମାସ୍କ କଟଣା ଉଠିବା ପୂର୍ବରୁ ସେ ଏହି ଗୁମ୍ଫା ଭିତରକୁ ଏକ ଗବେଷଣା କାର୍ଯ୍ୟପାଇଁ ପ୍ରବେଶ କରିଥିଲେ ।

ଏପ୍ରିଲ୍‌ ୧୪ରେ ତାଙ୍କର ଗବେଷଣା ଟିମ୍‌ ତାଙ୍କୁ ଗୁମ୍ଫାରୁ ବାହାରକୁ ଆଣିଥିଲା । ୪୮ ବର୍ଷରେ ଗୁମ୍ଫାରେ ପ୍ରବେଶ କରିଥିବା ବିଟ୍‌ରିଜ୍‌ ଫ୍ଲାମିନି ୫୦ ବର୍ଷ ବୟସରେ ଗୁମ୍ଫାରୁ ବାହାରିଛନ୍ତି । ସେ ଗୁମ୍ଫାରୁ ବାହାରକୁ ବାହାରିବା ପାଇଁ ଚାହୁଁ ନଥିବା କଥା କହିଛନ୍ତି । କଳା ଚଷମା ପିନ୍ଧି ସେ ବାହାରକୁ ଆସିବା ବେଳେ ସବୁଦିନ ପାଇଁ ବାହ୍ୟ ଦୁନିଆଁରୁ ବିଚ୍ଛିନ୍ନ ହୋଇ ଗୁମ୍ଫା ଭିତରେ ରହିବା ପାଇଁ ସେ ଚାହୁଁଥିବା କଥା କହିଥିଲେ ।

- Advertisement -

ସେ ଗୁମ୍ଭାରେ ରହିଥିବା ବେଳେ ୬୦ ଟି ବହି ପଢିସାରିଥିବା ବେଳେ ଚିତ୍ର ଆଙ୍କିବା ଉଲ୍‌ରେ ବୁଣାବୁଣି କରିବା ନିଜର ପୋଷାକ ସଫା କରିବାରେ ସମୟ ବିତାଇଥିଲେ । ଗବେଷଣା କରୁଥିବା ଟିମ୍‌ ତାଙ୍କୁ ପାନିକ୍‌ ବଟନ୍‌ ଦେଇଥିଲେ ମଧ୍ୟ ସେ ଏହାର ବ୍ୟବହାର କରି ନଥିଲେ । ପ୍ରାୟ ୨ ମାସ ପରେ ସେ ସମୟ ବା ତାରିଖ ଗଣିବା ଭୁଲିଯାଇଥିଲେ ବୋଲି ସେ କହିଥିଲେ ।

ସାଙ୍ଗରେ ନଇଥିବା ପାଣି ଏବଂ ସଂରକ୍ଷିତ ଖାଦ୍ୟରେ ତାଙ୍କର ୫୦୦ ଦିନ ବିତିଥିଲା । ସେ ପ୍ରାୟ ୧୦୦୦ ଲିଟର ପାଣି ପିଇଥିଲେ । ଗୁମ୍ଫାରେ ରହିଥିବା ବେଳେ ନିଜର ଅନ୍ତରତ୍ମା ସହ କଥାବାର୍ତ୍ତା ହେବା ସେ ଶିଖିଯାଇଥିବା କଥା କହିଛନ୍ତି । ଏବେ ଏହାର କି ପ୍ରଭାବ ତାଙ୍କ ମନ ମସ୍ତିଷ୍କ ଏବଂ ଶରୀର ଉପରେ ପଡିଛି ତାହାର ବିଶ୍ଲେଷଣ କରାଯିବ ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories