www.samajalive.in
Friday, December 12, 2025
23.1 C
Bhubaneswar

ଯୁବକଙ୍କ ଫୁସଫୁସରୁ ବାହାରିଲା ୧୩ ବର୍ଷରୁ ଅଟକି ରହିଥିବା ପେନ୍ କ୍ୟାପ୍

ଶିମଲା: ହିମାଚଳ ପ୍ରଦେଶରେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ୩୪ ବର୍ଷୀୟ ଜ​‌ଣେ ଯୁବକଙ୍କ ଫୁସଫୁସରେ ଅଟକି ରହିଥିବା ଏକ ପେନ୍ କ୍ୟାପ୍‌କୁ ବ୍ରୋଙ୍କୋସ୍କୋପି(Bronchoscopy) ମାଧ୍ୟମରେ ବାହାର କରାଯାଇଛି। ୧୩ ବର୍ଷରୁ ଅଟକି ରହିଥିବା ଏହି ପେନ୍ କ୍ୟାପ୍‌କୁ ଆଇଜିଏମସିର ଡାକ୍ତର ବ୍ରୋଙ୍କୋସ୍କୋପି ଜରିଆରେ ମାତ୍ର ୨୦ ମିନିଟରେ ବାହାର କରିବାରେ ସଫଳ ହୋଇଛନ୍ତି।

ଡାକ୍ତରଙ୍କ ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ୨୦୦୬ରେ ପେନ୍ କ୍ୟାପ୍‌କୁ ଗିଳି ଦେଇଥିଲେ। ଏହା ପରେ ସେ ବାନ୍ତି କରିଥିଲେ। ଭାବିଥିଲେ ଯେ, କ୍ୟାପ୍‌ଟି ବାହାରକୁ ବାହାରି ଯାଇଛି। ହେଲେ ପେନ୍ କ୍ୟାପଟି ବାହାରି ନଥିଲା ବରଂ ତାଙ୍କ ଫୁସଫୁସରେ ଅଟକି ରହିଥିଲା। ଏହି କାରଣରୁ ଯୁବକଙ୍କୁ ବାରମ୍ବାର ଜ୍ବର ହେବା ସହ ଛାତିରେ ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖା ଦେଉଥିଲା। ଏଥିପାଇଁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ସତ ହେଲେ ଟେଷ୍ଟ ରିପୋର୍ଟରେ ସବୁ ଠିକ୍ ଜଣାଯାଏ। ତାଙ୍କୁ ଅସ୍ତମା ବା ଶ୍ବାସରୋଗ ରୋଗ ହୋଇଥାଇପାରେ ବୋଲି ଡାକ୍ତର ସନ୍ଦେହ କରିଥିଲେ।

- Advertisement -

ଏସବୁ ମଧ୍ୟରେ ଗତ ଡିସେମ୍ବର ୧ରେ ଯୁବକ ଜଣଙ୍କ ଆଇଜିଏମସି ପହଞ୍ଚିଥିଲେ। ଆଇଜିଏମସି ଡାକ୍ତର ତାଙ୍କ ଛାତିର ଏକ୍ସେ୍ର ଏବଂ ସିଟି ସ୍କାନ୍ କରାଇଥିଲେ। ହେଲେ ରିପୋର୍ଟରେ ସବୁ ଠିକ୍ ଆସିଥିଲା। ରୋଗୀର ଯନ୍ତ୍ରଣା କମ୍‌ ହେଉନଥିବାରୁ ବ୍ରୋଙ୍କୋସ୍କୋପି କରିବା ପାଇଁ ବୁଧବାର ସକାଳେ ଡାକ୍ତର ନିଷ୍ପତ୍ତି ନେଇଥିଲେ। ବ୍ରୋଙ୍କୋସ୍କୋପି ମାଧ୍ୟମରେ ମାତ୍ର ୨୦ ମିନିଟ୍ ମଧ୍ୟରେ ଡାକ୍ତର ତାଙ୍କ ଛାତିରୁ ପେନ୍ କ୍ୟାପ୍ ବାହାର କରିଥିଲେ। ଯାହା ସମସ୍ତକୁ ଆଶ୍ଚର୍ଯ୍ୟ କରିଥିଲା। ବର୍ତ୍ତମାନ ଯୁବକ ଜଣଙ୍କ ଅବସ୍ଥା ସୁସ୍ଥ ଥିବା ଜଣାପଡିଛି।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories