www.samajalive.in
Friday, December 12, 2025
14.1 C
Bhubaneswar

ନାଗାଲାଣ୍ଡରେ ଆଫ୍‍ସ୍ପା ଆଇନ ଅବଧି ଆଉ ୬ ମାସ ବୃଦ୍ଧି: ଆଜିଠାରୁ ଲାଗୁ ହେଲା

କୋହିମା: କେନ୍ଦ୍ର ସରକାର ନାଗାଲାଣ୍ଡରେ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (ଆଫସ୍ପା), ୧୯୫୮ ଅବଧି ଆଉ ଛଅମାସ ବୃଦ୍ଧି କରିଛନ୍ତି। ତାହା ୨୦୨୧ ଡିସେମ୍ବର ୩୦ରୁ ତୁରନ୍ତ ଲାଗୁ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ସମୁଦାୟ ନାଗାଲାଣ୍ଡ ଏଭଳି ଏକ ଗଣ୍ଡଗୋଳିଆ ଏବଂ ବିପଜ୍ଜନକ ସ୍ଥିତିରେ ରହିଛି, ଯେଉଁଠାରେ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ରଖିବାକୁ ସଶସ୍ତ୍ର ବାହିନୀର ବ୍ୟବହାର ନିତାନ୍ତ ଆବଶ୍ୟକ ରହିଛି। ସୂଚନାଯୋଗ୍ୟ ଯେ ନାଗାଲାଣ୍ଡରୁ ଆଫସ୍ପା ଆଇନ, ୧୯୫୮ ପ୍ରତ୍ୟାହାର କରିବା ସମ୍ପର୍କରେ ପ୍ରସ୍ତାବ ଦେବାକୁ କେନ୍ଦ୍ର ସରକାର ଏକ ସାତଜଣିଆ କମିଟି ଗଠନ କରିବାର କିଛିଦିନ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଉକ୍ତ କମିଟି ତାହାର ରିପୋର୍ଟ ତିନିମାସ ମଧ୍ୟରେ ଦାଖଲ କରିବାକୁ କୁହାଯାଇଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଉତ୍ତର ପୂର୍ବାଞ୍ଚଳ ପ୍ରଭାଗ ପକ୍ଷରୁ ୨୦୨୧ ଡିସେମ୍ବର ୨୬ ତାରିଖରେ ପ୍ରକାଶିତ ଏକ ଆଦେଶନାମାରେ କୁହାଯାଇଥିଲା ଯେ ନାଗାଲାଣ୍ଡରେ ଆଫସ୍ପା ଆଇନ ସମ୍ପର୍କରେ ସମୀକ୍ଷା କରିବାକୁ ଏକ କମିଟି ଗଠନ କରାଯାଉଛି। ଏହି ଆଦେଶନାମା ମୁତାବକ ଉକ୍ତ କମିଟି ନାଗାଲାଣ୍ଡରେ ଆଫସ୍ପା ଆଇନର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିବ ଏବଂ ତିନିମାସ ମଧ୍ୟରେ ଆବଶ୍ୟକ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିବ। ଡିସେମ୍ବର ୨୩ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ନାଗାଲାଣ୍ଡର ସାଂପତ୍ରିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବାକୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତାହାପରେ ସରକାର ଏହି କମିଟି ଗଠନ ପାଇଁ ଘୋଷଣା କରିଥିଲେ। ଉକ୍ତ ବୈଠକରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫିୟୁ ରିଓ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଉପସ୍ଥିତ ଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories