www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ବକପ କ୍ରିକେଟରେ ବଡ଼ ବିପର୍ଯ୍ୟୟ, ଆଫଗାନିସ୍ତାନରୁ ୬୯ରନରେ ହାରିଲା ଇଂଲଣ୍ଡ

ନୂଆଦିଲ୍ଲୀ: ବିଶ୍ବକପରେ ବିପର୍ଯ୍ୟୟ ସୃଷ୍ଟି କଲା ଆଫଗାନିସ୍ତାନ। ଡିଫେଣ୍ଡିଂ ଚାମ୍ପିଅନ ତଥା ବିଶ୍ବକପ ଚାମ୍ପିଅନ ଇଂଲଣ୍ଡକୁ ପରାସ୍ତ କଲା ଆଫଗାନିସ୍ତାନ। ଆଫଗାନିସ୍ତାନରୁ ୬୯ରନରେ ହାରିଲା ଇଂଲଣ୍ଡ। ଆଫଗାନିସ୍ତାନ ପକ୍ଷରୁ ରଖାଯାଇଥିବା ୨୮୫ ରନ ଜବାବରେ ଇଂଲଣ୍ଡ ୨୧୫ ରନ କରି ଅଲଆଉଟ ହୋଇଯାଇଥିଲା। ହେନେରି ବ୍ରୁକଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଫଗାନ ବୋଲରଙ୍କ ସମ୍ମୁଖୀନ ହୋଇପାରିନଥିଲେ। ବ୍ରୁକ୍ କିଛି ସମୟ ଲଢେଇ ସହ ୬୬ ରନ କରିଥିଲେ । ଡାୱିଡ୍ ମଲାନ ୩୨ ରନ କରିଥିଲେ । ଆଫଗାନିସ୍ତାନ ସ୍କୋର ୪୯.୫ ଓଭରରେ ୨୮୪ ରନ ହୋଇଥିବାବେଳେ ଏହାର ଜବାବରେ ଇଂଲଣ୍ଡ ସ୍କୋର ୪୦.୩ ଓଭରରେ ୨୧୫ ରନ ସଂଗ୍ରହ କରିପାରିଥିଲା। ଆଫଗାନିସ୍ତାନ ପକ୍ଷରୁ ରସିଦ ଖାଁ ଓ ମୁଜିବୁର ରେହମାନ ୩ଟି ଲେଖାଏଁ ୱିକେଟ ନେଇଥିଲାବେଳେ ମହମ୍ମଦ ନବି ୨ଟି ୱିକେଟ ନେଇଥିଲେ।

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଏହି ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ଓପନର ରେହମାନୁଲ୍ଲା ଗୁରବାଜ୍ ଓ ଇବ୍ରାହିମ୍ ଜଦରାନ ପାଳି ଆରମ୍ଭ ସହ ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ୱିକେଟ ଯୋଡ଼ିରେ ୧୧୪ ରନ ସଂଗ୍ରହ କରିଥିଲେ। ଗୁରବାଜ୍ ୫୭ ବଲରେ ୮୦ ରନ କରିଥିବାବେଳେ ଜଦରାନ ୨୮ ରନ ସଂଗ୍ରହ କରିଥିଲେ। ଅପରପକ୍ଷରେ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିବାବେଳେ ଇବ୍ରାହିମ ଅଲିଖିଲ୍ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଭଲ ସ୍ଥିତିକୁ ନେଇଯାଇଥିଲେ । ସେ ୫୮ ରନ କରି ଆଉଟ ହେବା ପରେ ରସିଦ ଖାଁ ଓ ମୁଜିବୁର ରେହମାନ ଉପଯୋଗୀ ପାଳି ଖେଳି ସ୍କୋରକୁ ଆଗେଇ ନେଇଥିଲେ। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ୨୮୪ ରନ କରିବାରେ ସଫଳ ହୋଇଥିଲା। ଏହାର ଜବାବରେ ଇଂଲଣ୍ଡ ଟିମ ୨୧୫ ରନ କରି ଅଲଆଉଟ୍ ହୋଇଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories