www.samajalive.in
Sunday, December 14, 2025
23.1 C
Bhubaneswar

ବେକରେ ଗାମୁଛା ଦେଇ ବୃଦ୍ଧଙ୍କ ଆତ୍ମହତ୍ୟା

ବଣାଇଁ: ଟିକାୟତ ପାଲି ଥାନା ଅନ୍ତର୍ଗତ ମାରଡିହି ଗ୍ରାମର ପରମେଶ୍ବର କିସାନ ଗ୍ରାମ ନିକଟରେ ଥିବା ଏକ ମହୁଲ ଗଛରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଟିକାୟତ ପାଲି ଥାନା ଅନ୍ତର୍ଗତ ମାରଡିହି ଗ୍ରାମର ପରମେଶ୍ବର କିସାନ(୬୨) ଗତ ରାତିରେ ଘର ଲୋକଙ୍କ ଅଜାଣତରେ ରାତିରେ ଘରୁ କୁଆଡେ ଚାଲିଯାଇଥିଲେ। ସକାଳୁ ଘର ଲୋକ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖବର ପାଇ ନଥିଲେ। ପରେ କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକେ ନିକଟସ୍ଥ ମନ୍ଦିର ନିକଟରେ ଥିବା ଏକ ମହୁଲ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ତାଙ୍କ ପୁଅ ବାଣେଶ୍ୱର କିସାନ ଟିକାୟତ ପାଲି ଥାନା କୁ ଯାଇ ଏ ବାବଦରେ ଖବର ଦେଇଥିଲେ।

ଖବର ପାଇ ଟିକାୟତ ପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଛେଦ ନିମନ୍ତେ ଵଣାଇଁ ଡାକ୍ତରଖାନାକୁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories