ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ ଶେଖ ମହମ୍ମଦ କ୍ୟାଇସ ଲିମାମେଡା ସ୍ଥିତ ବାଳ ନିକେତନ ପରିଦର୍ଶନ କରିଛନ୍ତି । ଅନୁଷ୍ଠାନ କିଶୋର ନ୍ୟାୟ ଓ ଯତ୍ନ ଆଇନ ଅନୁଯାୟୀ କିପରି ପରିଚାଳିତ ହେଉଛି ବୁଲି ଦେଖିଥିଲେ। ଅନୁଷ୍ଠାନରେ ପିଲାଙ୍କ ପାଇଁ ନିଆଯାଇଥିବା ଆନୁଷଙ୍ଗିକ ସୁବିଧା ସୁଯୋଗ ବ୍ୟବସ୍ଥା, ସ୍ଵଛତା ବ୍ୟବସ୍ଥା ଦେଖି ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ଆସନ୍ତା କାଲି ରାୟଗଡା ଠାରେ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ‘ମହକ’ ହେବାକୁ ଥିବା ବେଳେ ଏଠାକାର ଶିଶୁମାନେ ପାରମ୍ପରିକ ଆଦିବାସୀ ନୃତ୍ୟ ପରିବେଷଣ ଅଭ୍ୟାସ କରୁଥିବା ଦେଖି ସେ ବେଶ ଖୁସି ହୋଇଥିଲେ। ଅନ୍ତେବାସୀ ଓ କର୍ମଚାରୀ ମାନଙ୍କ ସହ ଆନୁଷ୍ଠାନିକ ଯତ୍ନ ଓ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଏହାର ବିସ୍ତୃତ ରିପୋର୍ଟ ଉଚ୍ଚ ନ୍ୟାୟାଳୟକୁ ଦେବେ ବୋଲି ସେ କହିଥିଲେ ।
Comments are closed.