www.samajalive.in
Saturday, December 6, 2025
14.1 C
Bhubaneswar

କଟକଣା କମାଇ ପାରିନାହିଁ ଦର୍ଶକଙ୍କ ଆଗ୍ରହ

ଭୁବନେଶ୍ୱର: ଗତ ସାଧାରଣତନ୍ତ୍ର ଦିବସରୁ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ରାଜଧାନୀବାସୀଙ୍କର ଅତି ପରିଚିତ ଆଦିବାସୀ ମେଳା ଆଜି ସପ୍ତମ ଦିନରେ ପହଁଚିଛି। ମହାମାରୀ କରୋନାକୁ ଦୃଷ୍ଟିରେ ରଖି କିଛିଟା କଡ଼ା କଟକଣା ମଧ୍ୟରେ ଏ ବର୍ଷର ମେଳା ଅ୍ରାୟୋଜିତ ହୋଇଥିଲେ ହେଁ ତାହା ଦର୍ଶକଙ୍କ ଆଗ୍ରହକୁ କୌଣସି ପ୍ରକାରେ କମାଇ ପାରି ନାହିଁ। ପ୍ରତିଦିନ ଆବାଳ-ବୃଦ୍ଧ-ବନିତାଙ୍କ ସୁଅ ଛୁଟି ଚାଲିଛି ମେଳା ପରିସରରେ ଖୋଲିଥିବା ମଣ୍ଡପ ଆଡ଼କୁ। ଗତ ସାତ ଦିନର କାରବାରକୁ ସମୀକ୍ଷା କଲେ ମନେ ହେଉଛି ଯେପରି ଦିନକୁ ଦିନ ଦର୍ଶକଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ମେଳାର ଅଧିକାଂଶ ଷ୍ଟଲରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନସ୍ଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ଜୋର୍ ଧରିଥିବା ବେଳେ ଆଦିବାସୀ କଳାବସ୍ତୁ ପ୍ରଦର୍ଶନ ଓ ବିକ୍ରି ମଧ୍ୟ କିଛି କମ୍ ହେଉ ନାହିଁ।

 

- Advertisement -

ଆଦିବାସୀମାନଙ୍କ ଦ୍ୱାରା ସଂଗୃହୀତ ତଥା ପ୍ରସ୍ତୁତ ସାମଗ୍ରୀର ମୌଳିକ ଗୁଣବତ୍ତା ଯୋଗୁଁ ତାହାକୁ କିଣିବା ଲାଗି ଗୃହିଣୀଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖବାକୁ ମିଳୁଛି। ମେଳା ବୁଲିବାକୁ ଆସିଥିôବା ଜଣେ ଗୃହିଣୀ ତାଙ୍କର ଭାବନା ପ୍ରକାଶ କରି କହିଲେ – ‘ବିନା କୌଣସି ଅପମିଶ୍ରଣରେ ବିଭିନ୍ନ ସାମଗ୍ରୀ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହେଉଛି। ତେଣୁ ଏହାର ମାନ ବଜାରରେ ମିଳୁଥିବା ଅପମିଶ୍ରିତ ସାମଗ୍ରୀ ଠାରୁ ବହୁତ ଉନ୍ନତ ରହୁଛି। ଜିନିଷ ଗୁଡିକର ମୂଲ୍ୟ ମଧ୍ୟ କମ୍ ରହୁଛି। ଏହାଛଡ଼ା ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଏକ ସ୍ୱତନ୍ତ୍ର ସ୍ୱାଦ ରହିଛି। ସେଥିପାଇଁ ପ୍ରତିବର୍ଷ ଏହି ମେଳାରୁ ଆମେ ହଳଦୀ, ସୋରିଷ, ବଡ଼଼ି, ଆଚାର ଆଦି କିଣିଥାଉ। ବିଭିନ୍ନ ଗହଣା ସାମଗ୍ରୀ, ଟସର ଖୋସାରୁ ପ୍ରସ୍ତୁତ ମଠାଶାଢ଼ୀ, କାଠରେ ଅଙ୍କିତ ବିଭିନ୍ନ କଳାକୃତି, ବାଉଁଶ ଓ ପଥର ତିଆରି ସାମଗ୍ରୀ, ଲୌହ ଶିଳ୍ପକଳା ଓ ଟେରାକୋଟା ସାମଗ୍ରୀକୁ ଦର୍ଶକ ପସନ୍ଦ କରୁଛନ୍ତି। ଭିନ୍ନ ଭିନ୍ନ ଜନଜାତିଙ୍କ ଜୀବନ ଶୈଳୀ ମେଳାର ଷ୍ଟଲ ଗୁଡିକରେ ପ୍ରତିଫଳିତ ହୋଇଥିବା ବେଳେ ସେମାନଙ୍କ କଳା ପ୍ରାଣତାର ପରିଚୟ ମଧ୍ୟ ମିଳିପାରୁଛି।
କରୋନା କଟକଣା ଯୋଗୁଁ ଚଳିତ ବର୍ଷର ଆଦିବାସୀ ମେଳାରେ ଖାଦ୍ୟ ପ୍ରାଙ୍ଗଣ ଖୋଲି ନଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ବନ୍ଦ ରଖାଯାଇଛି। ଏହା ସତ୍ୱେ ରାଜଧାନୀର ଜନସାଧାରଣ ବହୁ ସଂଖ୍ୟାରେ ମେଳା ପରିସରକୁ ଛୁଟିଛନ୍ତି ଏବଂ ମନଭରି ଆନନ୍ଦ ଉପଭୋଗ କରୁଛନ୍ତି, ତାହାର ଏକ ନିଆରା ଦୃଶ୍ୟ ସପ୍ତମ ସନ୍ଧ୍ୟାରେ ବେଶ୍ ଉପଲବ୍ଧ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories