www.samajalive.in
Saturday, December 13, 2025
26.1 C
Bhubaneswar

ଆଦିତ୍ୟ ଦାସ ମୃତ୍ୟୁ ମାମଲା, ୧୫ ଜଣଙ୍କୁ ଜେରା

ଭୁବନେଶ୍ୱର: ଆଦିତ୍ୟ ଦାସ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କ୍ରାଇମ୍‍ବ୍ରାଞ୍ଚ ଗତ ଜୁଲାଇ ୩୦ରେ ତଦନ୍ତ ଭାର ନେଇଛି। ଏହି ୪ ଦିନ ମଧ୍ୟରେ କ୍ରାଇମ୍‍ବ୍ରାଞ୍ଚ ୧୫ରୁ ଅଧିକ ଲୋକଙ୍କୁ ପଚରାଉଚରା କରିସାରିଲାଣି। ଏଥିରେ ଆଶ୍ରମର ୬ ଜଣ ସଦସ୍ୟ ଓ ଅନ୍ତେବାସୀଙ୍କୁ ଅଧିକାରୀମାନେ ପ୍ରଥମ ଦିନରେ ଜେରା କରିଥିଲେ। ତେବେ ପରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ତାଙ୍କ ବାପା, ମା’ ଓ ଭଉଣୀକୁ ଜେରା କରାଯାଇଛି।

ସେହିପରି ବିଦ୍ୟାଶ୍ରୀଙ୍କ ଭଉଣୀକୁ ବି କ୍ରାଇମ୍‍ବ୍ରାଞ୍ଚ ଜେରା କରିଛି। ଗତକାଲି ଏୟାରପୋର୍ଟ ଥାନା ସହଯୋଗରେ କ୍ରାଇମ୍‍ବ୍ରାଞ୍ଚର ଅଧିକାରୀମାନେ କାରଗିଲ୍‍ ବସ୍ତିର ମାମାଲି ସ୍ୱାଇଁଙ୍କୁ ମିଶାଇ ବସ୍ତିର ୪ଜଣଙ୍କୁ ଜେରା କରିଛନ୍ତି। ଆଗକୁ ମଧ୍ୟ କ୍ରାଇମ୍‍ବ୍ରାଞ୍ଚ କିଛି ନିର୍ଦିଷ୍ଟ ଲୋକଙ୍କୁ ଜେରା କରିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ତେବେ ତଦନ୍ତକୁ ବୈଜ୍ଞାନିକ ପଦ୍ଧତିରେ କରାଯାଉଥିବା ଜଣାପଡ଼ିଛି। ଯେଉଁମାନଙ୍କର ଏପର୍ଯ୍ୟନ୍ତ ବୟାନ ରେକର୍ଡ କରାଯାଇଛି, ସେମାନଙ୍କର ସିଡିଆର୍‍କୁ ବିଶ୍ଳେଷଣ କରାଯାଉଛି। ସେମାନଙ୍କ କଥାରେ ତାଳମେଳ ରହୁଛି କି ନାହିଁ ତାକୁ ଅନୁଧ୍ୟାନ କରାଯାଉଛି। ତେଣୁ ଏଥିପାଇଁ ଅଧିକ ସମୟ ଲାଗିବ ବୋଲି ସେ କହିଛନ୍ତି। ସେହିପରି ଟ୍ରେନ୍‍ର ଲୋକୋ ପାଇଲଟ୍‍ଙ୍କୁ ବି ଜେରା କରାଯିବ ବୋଲି ଜଣାପଡ଼ିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories